ଶ୍ରୀଦେବୀଙ୍କ ମରଶରୀରରେ କେମିକାଲ ପ୍ରଲେପନ, କେତେବଳେ ପହଞ୍ଚିବ ଶବ ଜାଣନ୍ତୁ

ମୁମ୍ବାଇ: ମୃତ୍ୟୁର ତିନି ଦିନ ପରେ ଭାରତ ଫେରିବେ ବଲିଉଡର ପ୍ରଥମ ଲେଡି ସୁପରଷ୍ଟରାର ଚାନ୍ଦନୀ ।  ଦୁବାଇରେ ଶ୍ରୀଦେବୀଙ୍କ  ମୃତ୍ୟୁ ମାମଲା କ୍ଲୋଜ ହେବା ପରେ ତାଙ୍କ ପାର୍ଥିବ ଶରୀରଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଫରେନସିକ୍ ରିପୋର୍ଟ ଅନୁସାରେ ଶ୍ରୀଦେବୀଙ୍କ ମୃତ୍ୟୁ ପାଣିରେ ବୁଡି ହୋଇଥିବା ଦୁବାଇ ପୋଲିସ ନିଜ ରିପୋର୍ଟରେ ଦର୍ଶାଇଛି।   ସେପଟେ ଦୁବାଇ ପୋଲିସ ତରଫରୁ ମର ଶରୀର ନେବା ପାଇଁ ଅନୁମତି ମିଳିବା ପରେ ଶ୍ରୀଦେବୀଙ୍କ ମର ଶରୀରକୁ ମୁମ୍ବାଇ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  ତାଙ୍କ ଶରୀରରେ କେମିକାଲ ଲେପ ଦିଆଯିବା ପରେ ଏକ ସ୍ୱତନ୍ତ୍ର ବିମାନରେ ମୁମ୍ବାଇସ୍ଥିତ ନିଜ ବାସଭବନକୁ ଅଣାଯିବାର କାର୍ଯ୍ୟକ୍ରମ ରହିଛି।   ସୂଚନା ଅନୁସାରେ ଆଜି ରାତି ପ୍ରାୟ ସାଢେ ୯ଟାରେ ଶ୍ରୀଦେବୀଙ୍କ ମରଶରୀର ପହଞ୍ଚିପାରେ।

ସେପଟେ ଶ୍ରୀଦେବୀଙ୍କ ଶେଷ ଦର୍ଶନ ପାଇଁ  ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଫ୍ୟାନଙ୍କ ଭିଡ ଲାଗି ରହିଛି ।   ବିଭିନ୍ନ ରାଜ୍ୟରୁ ଫ୍ୟାନମାନେ ଆସି ତାଙ୍କ ବାସଭବନ ଆଗରେ ଅପେକ୍ଷା କରି ରହିଛନ୍ତି।   ୨୪ ତାରିଖ ରାତିରେ ଦୁବାଇରେ ହୃଦଘାତରେ ଶ୍ରୀଦେବୀଙ୍କ ପରଲୋକ ହୋଇଥିବା ନେଇ ଖବର ଆସିଥିଲା।   ଏହାପରେ ତାଙ୍କ ମରଶରୀରକୁ ଭାରତ ଆଣିବା ପାଇଁ ପରିବାର ଲୋକେ ନିଜ ଚେଷ୍ଟା ଜାରି ରଖିଥିଲେ।   ତେବେ ଏହି ଦୁଃଖଦ ସମୟରେ ଗତକାଲି ଶ୍ରୀଦେବୀ ହୃଦଘାତ ନୁହେଁ ବରଂ ପାଣିରେ ବୁଡି ପ୍ରାଣ ହରାଇଥିବା ବୈଦେଶିକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା।   ଏହାପରେ ଘଟଣାକୁ ନେଇ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା ।