୩ ଦିନ ପରେ ମୁମ୍ବାଇରେ ପହଞ୍ଚିଲା ଶ୍ରୀଦେବୀଙ୍କ ମରଶରୀର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ମରଶରୀର  ଦୁବାଇରୁ ଆଜି ରାତିରେ ମୁମ୍ବାଇ ବିମାନ ବନ୍ଦରରେ ଆସି ପହଞ୍ଚି ସାରିଛି। ଏହା ପୂର୍ବରୁ ଅନିଲ୍‌ କପୁରଙ୍କ ସହିତ ଅନେକ ବଲିଉଡ ଷ୍ଟାର ବିମାନବନ୍ଦରରେ ଅପେକ୍ଷା କରିଥିଲେ । ପରିବାର ସଦସ୍ୟଙ୍କ କହିବା ଆନୁଶାରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ମୁମ୍ବାଇ ବିମାନ ବନ୍ଦରରୁ ବୋନି କପୁରଙ୍କ ଲୋଖଣ୍ଡୱାଲା ସ୍ଥିତ ବାସ ଭବନକୁ ଅଣାଯିବ।

ଆସନ୍ତାକାଲି ସକାଳେ ତାଙ୍କ ପାର୍ଥିବ ଶରୀରକୁ ସେଲିବ୍ରେସନ କ୍ଲବକୁ ନିଆଯିବ। ସେଠାରେ ସକାଳ ୯ଟା ୩୦ ରୁ ୧୨ଟା ୩୦ ପର୍ଯ୍ୟନ୍ତ ଶେଷ ଦର୍ଶନ ପାଇଁ ରଖାଯିବ। ଏହାପରେ ୩ଟା ୩୦ରୁ ୫ଟା ୩୦ ମଧ୍ୟରେ ଭିଲେ ପାର୍ଲେର ପବନ ହଂସ ମଶାଣି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ସୂଚନାଯୋଗ୍ୟ ଯେ, ଗତ ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।