ଶ୍ରୀଦେବୀଙ୍କ ମରଶରୀରକୁ ଆଣିବାକୁ ଦୁବାଇରେ ଅମ୍ବାନୀଙ୍କ ଜେଟ୍‌

ମୁମ୍ବାଇ: ଶନିବାର ରାତିରେ ଦୁବାଇରେ ହୃଦ୍‌ଘାତ ଯୋଗୁଁ ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଛି। ଏହି ଖବରରେ ଭାରତୀୟ ଫିଲ୍ମ ଜଗତ ସ୍ତବ୍ଧ ହୋଇଛି। ଶ୍ରୀଦେବୀଙ୍କ ମରଶରୀରର ପୋଷ୍ଟମର୍ଟମ ସରିଛି। ଖୁବ କମ ସମୟ ମଧ୍ୟରେ ତାଙ୍କ ମରଶରୀର ମୁମ୍ବାଇରେ ଆସି ପହଞ୍ଚିବ। ଶ୍ରୀଦେବୀଙ୍କ ମରଶରୀର ଏକ ପ୍ରାଇଭେଟ୍‌ ଜେଟ୍‌ରେ ମୁମ୍ବାଇ ଅଣାଯିବ। ଏଥିପାଇଁ ରିଲାଏନ୍‌ସ ଗ୍ରୁପର ମୁଖ୍ୟ ଅନିଲ୍‌ ଅମ୍ବାନୀଙ୍କ ଜେଟ୍‌ ଦୁବାଇରେ ପହଞ୍ଚିସାରିଛି। ଏହି ପ୍ରାଇଭେଟ୍‌ ଜେଟ୍‌ଟି ଆଜି ଦିନ ଗୋଟାଏ ବେଳେ ମୁମ୍ବାଇରୁ ଦୁବାଇ ଯାତ୍ରା କରିଥିଲା।

ଜାଣନ୍ତୁ ଏ ସମ୍ପର୍କିତ କିଛି ଖବର

୧.ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁରଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ବର୍ତ୍ତମାନ ଦୁବାଇରେ ଅଛନ୍ତି।

୨.ଶ୍ରୀଦେବୀଙ୍କ ମରଶରୀରକୁ ମୁମ୍ବାଇ ଆଣିବା ପାଇଁ ଅନିଲ୍ ଅମ୍ବାନୀଙ୍କ ପ୍ରାଇଭେଟ୍‌ ଜେଟ୍‌ ଦୁବାଇରେ ପହଞ୍ଚି ସାରିଛି।

୩.ଶନିବାର ରାତି ୧୧ଟାରେ ଏମିରେଟ୍‌ସ ଟାୱାର୍‌ର ବାଥ୍‌ରୁମ୍‌ରେ ଶ୍ରୀଦେବୀଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ  ସାଉଦିଆରବ୍‌ର ରସିଦ୍‌ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲୋ।

୪. ଶ୍ରୀଦେବୀ ଅଭିନେତା ମୋହିତ୍‌ ମାରୱାହଙ୍କ ବିବାହରେ ଯୋଗ ଦେବା ପାଇଁ ପରିବାର ସହ ଦୁବାଇ ଯାଇଥିଲେ। ଏହି ଉତ୍ସବରେ ବାରମ୍ବାର ସେ କ୍ଲାନ୍ତ ଅନୁଭବ କରିଥିଲେ। ମାରୱାହଙ୍କ ନବ ବିବାହିତ ପତ୍ନୀ ହେଉଛନ୍ତି ଟିନା ଅମ୍ବାନୀଙ୍କ ଝିଆରୀ। ଟିନା ଅମ୍ବାନୀ ହେଉଛନ୍ତି ଅନିଲ୍‌ ଅମ୍ବାନୀଙ୍କ ପତ୍ନୀ।

୫. ମିଳିଥିବା ଖବର ଅନୁଶାରେ ସୋମବାର ମୁମ୍ବାଇ ଜୁହୁର ପୱନ ହଂସ ମୁକ୍ତିଧାମ୍‌ରେ ତାଙ୍କର ଅନ୍ତିମ ସଂସ୍କାର ହୋଇପାରେ।

୬. ସଞ୍ଜୟ କପୁର ‘ଖଲିଜ୍‌ ଟାଇମ୍‌ସ’କୁ ଦେଇଥିବା ବୟାନ ଅନୁସାରେ ଯେତେବେଳେ ଶ୍ରୀଦେବୀଙ୍କର ହୃଦ୍‌ଘାତ ହେଲା ସେତେବେଳେ ସେ ହୋଟେଲ୍‌ର ରୁମ୍‌ରେ ଥିଲେ। ପୂର୍ବରୁ ତାଙ୍କୁ ହୃତ୍‌ପିଣ୍ଡ ଜନିତ କୌଣସି ରୋଗ ନଥିଲା।