ବାଥ୍‌ଟବ୍‌ରେ ବୁଡ଼ି ପ୍ରାଣ ହରାଇଛନ୍ତି ଶ୍ରୀଦେବୀ!

ମୁମ୍ବାଇ: ବଲିଉଡ୍‌ ଚାନ୍ଦିନୀ ଆଉ ଏ ଦୁନିଆରେ ନାହାଁନ୍ତି। ତାଙ୍କ ମୃତ୍ୟୁ ଶନିବାର ବିଳମ୍ବିତ ରାତିରେ ହୋଇଥିଲେ ବି ଏପର୍ଯ୍ୟନ୍ତ ତାଙ୍କର ମତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ହୃଦ୍‌ଘାତ କିମ୍ବା କାର୍ଡିଆକ୍ ଆରେଷ୍ଟ(ପୂର୍ଣ୍ଣ ହୃଦରୋଧ)ରେ ତାଙ୍କର ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳୁଥିବା ବେଳେ ଏବେ ବି ତାଙ୍କ ମୃତ୍ୟୁର ସସ୍‌ପେନ୍ସ ଲାଗି ରହିଛି। ଏସବୁ ଭିତରେ ଦୁବାଇରେ ଥିବା ଭାରତୀୟ ଦୂତାବାସକୁ ଶ୍ରୀଦେବୀଙ୍କ ମୃତ୍ୟୁ ସମ୍ପର୍କିତ ସମସ୍ତ କାଗଜ ପତ୍ର ହସ୍ତାନ୍ତର କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସି ନ ଥିଲେ ବି ଗଲ୍ଫ ନ୍ୟୁଜ ସୂତ୍ରରୁ ଜଣା ପଡ଼ିଛି, ହୋଟେଲ୍‌ରେ ଥିବା ବାଥ୍‌ଟବ୍‌ରେ ବୁଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ଏପରିକି ତାଙ୍କ ରକ୍ତ ନମୁନାରେ ଆଲକହଲ ଥିବା ମଧ୍ୟ ରହିଥିବା ସମ୍ପୃକ୍ତ ଖବର ସରବରାହ ସଂସ୍ଥା ପକ୍ଷରୁ କୁହାଯାଇଛି।

ଶ୍ରୀଦେବୀଙ୍କ ମତ୍ୟୁପରେ ତାଙ୍କ ମରଶରୀର ବାଥରୁମ୍‌ରୁ ମିଳିଥିଲା। ତାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ସୂତ୍ର ଅନୁସାରେ ପୋଲିସ୍‌ ଅଫିସର ମୋହସିନ୍‌ ଅବଦୁଲ ଇଣ୍ଡିଆ ଟୁଡେକୁ କହିଛନ୍ତି ତାଙ୍କ ମୃତ୍ୟୁ ସମ୍ପର୍କିତ ସମସ୍ତ କାଗଜ ପତ୍ର ଭାରତୀୟ ଉଚ୍ଚଆୟୋଗଙ୍କୁ ହସ୍ତାନ୍ତର କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟକୁ ଏବେ ଗୁପ୍ତ ରଖା।ଯାଇଛି। ତାଙ୍କ ଡେଥ୍‌ ସାର୍ଟିଫିକେଟ୍‌ ଆସିବାରେ ବିଲମ୍ବ ହୋଇଥିବାରୁ ତାଙ୍କ ଶବ ଏବେ ପୋଲିସ୍‌ ହେପାଜତରେ ରହିଛି। ଆଇନ୍‌ ପ୍ରକ୍ରିୟା ୨ରୁ ୩ ଘଣ୍ଟା ଲାଗିପାରେ। ତାପରେ ପାର୍ଥିବ ଶରୀରକୁ ମୁମ୍ବାଇ ବଙ୍ଗଲାକୁ ଆଣାଯିବ।