ଜୀବନ ରଙ୍ଗମଞ୍ଚର ଶେଷ ଗୀତ, ଆଉ ତା ପରେ…

ଭୁବନେଶ୍ୱର(ଓଡିଶା ରିପୋର୍ଟର): “ତେନୁ କାଳା ଚଷମା ଯଯଦା ହେ, ଯଯଦା ହେ ଗୋରେ ମୁଖଡେ ପେ”… । ଏମିତି ଗୀତରେ କ’ଣ କେବେ ଜୀବନ ସରିପାରେ । ଆପଣଙ୍କ ଉତ୍ତର ନିଶ୍ଚିତ ‘ନାଇଁ’ ହେବ। ହେଲେ ଆମେ କହିବୁ ଏ ଗୀତର ବୋଲ୍‌ଟି ଲେଖି ଆପଣଙ୍କୁ ଖୁସିର ନୁହେଁ ବରଂ ଏକ ଦୁଃଖର କଥାଟିଏ ଶୁଣାଇବୁ ଆମେ । ଯାହାକୁ ଶୁଣି ଆପଣଙ୍କ ମନ ମଉଳିଯିବ।

ଜାଣିଛନ୍ତି, ଏଇ ଗୀତଟି ହେଉଛି ଚୁଲ୍‌ବୁଲି ନାୟିକା ଶ୍ରୀଦେବୀଙ୍କ ଜୀବନର ଶେଷ ଗୀତ। କଥାଟି ଶୁଣି ଆପଣଙ୍କୁ ଝଟ୍‌କା ଲାଗିଥିବ। କିନ୍ତୁ ସତ ସବୁବେଳେ ସତ। ନିୟତି ଉପରେ କାହାର ହାତ ନ ଥାଏ, ଏ କଥା ଆପଣ ନିଶ୍ଚିତ ବିଶ୍ୱାସ କରିବେ। କାରଣ ଧପ୍‌ଧପ୍‌ ଆଲୁଅର ଲୁଚକାଳି ଖେଳ ଭିତରେ ଯେତେବେଳେ ଏହି ଗୀତଟି ବାଜିଥିଲା କିଏ ଜାଣିଥିଲା ଏଇଟା କାହା ଜୀବନର ଶେଷ ଗୀତ ବୋଲି।  ଶ୍ରୀଦେବୀ ବି ଜାଣି ନ ଥିଲେ । ଗୀତଟି ବାଜୁଥିବା ବେଳେ ସ୍ୱାମୀ ବୋନି କପୁରଙ୍କ ସହ ଦୁବାଇର ସେଇ ଷ୍ଟେଜ୍‌କୁ ଚଢି ଯାଇଥିଲେ ଶ୍ରୀଦେବୀ। ପିନ୍ଧିଥିଲେ ନୀଳ ଆଉ ସୁନେଲି ରଙ୍ଗର ଲହେଙ୍ଗା, ଭାରି ମାନୁଥିଲା ତାଙ୍କୁ । ଆଉ ବୋନିଙ୍କ ଦେହରେ ଥାଏ କଳା କୋର୍ଟ। ଉଭୟ  ବେସ୍‌ ତଲ୍ଲିନ୍‌ ହୋଇ ନାଚୁଥାନ୍ତି। ହେଲେ କିଏ ଜାଣିଥିଲା ରାତିର ଏ ସୁଖ ସକାଳକୁ ନ ଥିବ ବୋଲି। ସତକୁ ସତ ବୋନିଙ୍କୁ ପରକରି ଚାଲିଗଲେ ଶ୍ରୀଦେବୀ।

ଶ୍ରୀଦେବୀଙ୍କ ଜୀବନ ରଙ୍ଗମଞ୍ଚର ଶେଷ ଦୃଶ୍ୟ କଏଦ ହୋଇଥିବା ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣ ଆପଣଙ୍କ ପ୍ରିୟ ଅଭିନେତ୍ରୀଙ୍କ ଦୁଃଖଦ ବିଦାୟରେ ଭାବବିହ୍ୱଳ ହୋଇପଡିବେ ନିଶ୍ଚିତ।