ଭାରତୀୟ ମତ୍ସ୍ୟଜୀବୀଙ୍କ ୧୦ଟି ଡଙ୍ଗା ଫେରାଇଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଶ୍ରୀଲଙ୍କା ନେଭି ଭାରତୀୟ ମତ୍ସ୍ୟଜୀବୀଙ୍କ ୧୦ଟି ଡଙ୍ଗା ଫେରାଇ ଦେଇଛି । ୨୦୧୫ ଓ ୨୦୧୬ ମସିହାରେ ଶ୍ରୀଲଙ୍କା ଏହି ଡଙ୍ଗାଗୁଡିକୁ ଜବତ କରିଥିଲା। ଶ୍ରୀଲଙ୍କା ସରକାର ଜୁନ୍‌ ୧୩ରେ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ଏଗୁଡିକ ଫେରାଇବା ନେଇ ଚିଠି ଲେଖି ଜଣାଇଥିଲେ।
ଶ୍ରୀଲଙ୍କା ପାଖରେ ଥିବା ଭାରତର ୨୧୬ଟି ଡଙ୍ଗାରୁ ୨୦୧୭ରେ ଶ୍ରୀଲଙ୍କା ୪୨ଟି ଫେରାଇଥିଲା। ହେଲେ ମତ୍ସ୍ୟଜୀବୀ ୩୬ଟି ଡଙ୍ଗା ପୁନଃ ଫେରି ପାଇଥିଲେ। ଅନ୍ୟ ୧୦ଟି ମରାମତି ପରେ ମଧ୍ୟ ନଷ୍ଟ ହୋଇ ଯାଇଥିଲା। ବର୍ତ୍ତମାନ ଶ୍ରୀଲଙ୍କା ସରକାର ଏହି ୧୦ଟି ଡଙ୍ଗାକୁ ଫେରସ୍ତ କରିଛି। ଡଙ୍ଗା ଉଦ୍ଧାର ପୂର୍ବରୁ ଏକ ପ୍ରତିନିଧି ଦଳ ଶ୍ରୀଲଙ୍କା ଯାଇଥିଲେ। ସେମାନେ ଶ୍ରୀଲଙ୍କା ଜବତରେ ଥିବା ବାକି ୧୭୪ଟି ଡଙ୍ଗାକୁ ଫେରାଇବା ପାଇଁ ଦାବି କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ରୁ ୧୦ଲକ୍ଷ ଟଙ୍କା ହେବ।