୪ ଆତଙ୍କବାଦୀ ନିହତ, ୨ ଯବାନ ସହିଦ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ଗୁଲଗାମରେ ସେନା ଗୁଳିରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ୨ ଜଣ ଯବାନ ସହିଦ ହୋଇଛନ୍ତି। ଆଉ ୩ ଯବାନ ଆହତ ହୋଇଛନ୍ତି।

କୁଲଗାମ ଜିଲ୍ଲା ୟାରିପୋରାରେ ଆଜି ସକାଳେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଶ୍ରୀନଗରରୁ ୬୦ କିଲୋମିଟର ଦୂର ଏହି ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ନେଇ ପୋଲିସ୍ ପାଖରୁ ସୂଚନା ପାଇଥିଲା ସେନା। ଏହା ପରେ ଆରମ୍ଭ କରାଯାଇଥିଲା ଅପରେସନ୍। ଗୁଳିବିନିମୟରେ ୪ ଆତଙ୍କୀ ପ୍ରାଣ ହରାଇଥିବା ବେଳେ ୩ ଜଣ ଆହତ ହୋଇଥିବା ଅନୁମାନ କରାଯାଉଛି। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଯାଉଛି।