ଶ୍ରୀନଗର: ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ, ୪ ମୃତ, ୧୫ ଆହତ

ଶ୍ରୀନଗର: ମଧ୍ୟ କାଶ୍ମୀରର ବଡ଼ଗାମ ଜିଲ୍ଲାର ମାଗମ ଅଞ୍ଚଳରେ ଆଜି ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ଚାରି ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୧୫ ଜଣ ଲୋକ ଆହତ ହୋଇଛନ୍ତି। କାଶ୍ମୀର ଘାଟିରେ ଦେଖାଯାଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ୬୦ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

ଜଣେ ପୋଲିସ୍ ଅଧିକାରୀ କହିଛନ୍ତି, “ଆଜି ସକାଳେ ଆନ୍ଦୋଳନକାରୀମାନେ ମାଗମ ଅଞ୍ଚଳରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରକୁ ପଥର ମାଡ଼ କରିଥିଲେ। ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇବାକୁ ଯାଇ ଗୁଳି ଚଳାଇଥିଲେ।  ଫଳରେ ୪ ଜଣ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଲୋକ ଆହତ ହୋଇଛନ୍ତି।”

ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍ କମାଣ୍ଡର ବୁରହାନ୍ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀର ଘାଟିରେ ହିଂସା ଦେଖାଯାଇଛି।