ସିରିଆର ୨ଟି ସ୍ଥାନରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୪୫ ମୃତ

ଡାମାସକସ୍: ସିରିଆର ଡମାସକସରେ ଦୁଇଟି ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ଘଟି ୪୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣ ପାଇଁ ଆଇଏସଆଇଏସ ନିଜକୁ ଦାୟୀ କରିଛି। ସିଆ ସମ୍ପ୍ରଦାୟର ଏକ ଧର୍ମପୀଠଠାରୁ ମାତ୍ର କିଛି ଦୂରରେ ଏହି ବିସ୍ଫୋରଣ ଘଟିଛି। ଏକ ପବ୍ଲିକ ଟ୍ରାନ୍ସପୋର୍ଟ ଗ୍ୟାରେଜଠାରେ ଥିବା କାରକୁ ଆତ୍ମଘାତୀ ବୋମା ବିସ୍ଫୋରଣରେ ଉଡାଇ ଦେଇଛନ୍ତି ଆତଙ୍କବାଦୀ। ସେହିପରି ଅନ୍ୟ ଜଣେ ଆତଙ୍କବାଦୀ ବେଲ୍ଟରେ ବୋମା ରଖି ଆତ୍ମଘାତୀ ବିସ୍ଫୋରଣ କରିଥିବା ଜଣାପଡିଛି।

ସିରିଆରେ ଶାନ୍ତି ଫେରିବା ଲାଗି ଉଭୟ ବିରୋଧୀ ଓ ଶାସକ ଦଳର ପ୍ରତିନିଧି ଜେନିଭାରେ ମିଳିତ ଜାତିସଂଘ ନିର୍ଦ୍ଦେଶରେ ଏକାଠି ହେବାର କିଛି ଘଣ୍ଟା ପରେ ଏଭଳି ବିସ୍ଫୋରଣ ଘଟିଛି।