ପ୍ରଧାନବିଚାରପତିଙ୍କ ବିରୋଧରେ ମହାଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ସତ୍ୟପାଲ୍

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): “ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ପ୍ରଧାନବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆସିଛିା ସୁପ୍ରିମକୋର୍ଟର ପ୍ରଧାନବିଚାରପତିଙ୍କ ବିରୋଧରେ ଏପରି ଅଭିଯୋଗ ଦୁଃଭାଗ୍ୟଜନକ ଏବଂ ନିନ୍ଦନୀୟା” ଆଜି ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ସଲିସିଟର ଜେନେରାଲ୍ ସତ୍ୟପାଲ ଜୈନା  ସୁପ୍ରିମକୋର୍ଟରେ କେଉଁ ବେଞ୍ଚ କେଉଁ ମାମଲାର ବିଚାର କରିବେ ତାହା ପ୍ରଧାନବିଚାରପତିଙ୍କ ଉପରେ ନିର୍ଭର କରୋ ଏନେଇ ସମ୍ପୁର୍ଣ୍ଣ ସ୍ୱାଧିନତା ତାଙ୍କର ରହିଛି ବୋଲି କହିଛନ୍ତି ସତ୍ୟପାଲ୍।

ଏହାଛଡ଼ା ଏହି ଅବସରରେ ସେ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତିା ସଂଖ୍ୟା ନ ଥିବା ସତ୍ତ୍ୱେ କାହିଁକି ଏପରି ଭିତ୍ତିହୀନ ଅଭିଯୋଗ ଅଣାଯାଇଛି ତାକୁ ନେଇ ପ୍ରଶ୍ନ କରିଛନ୍ତି ସତ୍ୟପାଲ୍ । ଜାଣିଶୁଣି ନ୍ୟାୟପାଳିକାକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା କହିଛନ୍ତି ଅତିରିକ୍ତ ସଲିସିଟର ଜେନେରାଲ୍।