ଅରୁଣ ଜେଟଲୀଙ୍କ ପ୍ରତିକ୍ରିୟା: କହିଲେ କୃଷି ଋଣ ଛାଡ଼ ପାଇଁ କେନ୍ଦ୍ର ପାଖରେ ଅର୍ଥ ନାହିଁ, କିଏ ଲେଖିଥିଲେ ଚିଠି

ନୂଆଦିଲ୍ଲୀ: କୃଷି ଋଣ ଛାଡ଼ ଦାୟିତ୍ୱ ରାଜ୍ୟସରକାରଙ୍କର। ଏହି ଋଣ ଛାଡ଼ ପାଇଁ ରାଜ୍ୟ ସରକାର ପାଣ୍ଠିର ବ୍ୟବସ୍ଥା କରିବେ। ଏ କଥା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ସରକାରୀ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା ପରେ ଅରୁଣ ଜେଟଲୀ ସୋମବାର ଏହା କହିଛନ୍ତି।  ରବିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌  ଚାଷୀମାନଙ୍କୁ ଆଶ୍ୱସନା ଦେଇଇଥିଲେ। ଏଠିକାର ଚାଷୀମାନେ ଋଣ ଛାଡ଼ ପାଇଁ ୧୦ଦିନ ଧରି ଆନ୍ଦୋଳନ ଚଳାଇଥିଲା ବେଳେ ଋଣ ଛାଡ଼ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିବା ମହାରାଷ୍ଟ୍ର ସରକାର କହିଥିଲେ।

ସମାନ ସମସ୍ୟା ମଧ୍ୟପ୍ରଦେଶ ସରକାର ସାମ୍ନା କରିଛନ୍ତି। ଏଠାରେ ମଧ୍ୟ ଋଣ ଛାଡ଼ ଦାବି କରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏପରିକି ଆନ୍ଦୋଳନ ବେଳେ ପୋଲିସ ଗୁଳିରେ ୨ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଋଣ ଛାଡ଼ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।  ଏହି ଘଟଣା ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ସିଧାସଳଖ ଋଣ ଛାଡ଼ ପାଇଁ କେନ୍ଦ୍ର ପାଖରେ ଅର୍ଥ ନାହିଁ ବୋଲି କହିଥିଲେ। ପୂର୍ବରୁ ଉତ୍ତରପ୍ରଦେଶ  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩୬.୩୫୯ କୋଟି ଟଙ୍କାର କୃଷି ଋଣ ଛାଡ଼ କରି ଚର୍ଚ୍ଚାକୁ ଆସିଥିଲେ।