ରାହୁଲ ଗାନ୍ଧୀଙ୍କୁ ପଥର ମାଡ଼: ଅଳ୍ପରେ ବର୍ତ୍ତିଗଲେ, କାର୍‌ ଚୁରମାର୍‌

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଗାଡି ଉପରକୁ ପଥର ମାଡ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗୁଜରାଟର ବନ୍ୟା ପ୍ରପୀଡିତ ବନସକାନ୍ତ ଠାରେ। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଆଜି ରାଜସ୍ଥାନ ଓ ଗୁଜରାଟର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ଏହି ଅବସରରେ  ତାଙ୍କୁ ବିରୋଧ ପ୍ରଦର୍ଶନର ସାମ୍ନା କରିବାକୁ ପଡିଥିଲା। ଯେତେବେଳେ ଗୁଜରାଟର ବନସକାନ୍ତରେ ରାହୁଲ ଗାନ୍ଧୀ ପହଞ୍ଚିଥିଲେ ସେତେବେଳେ ତାଙ୍କ ଗାଡି ଉପରକୁ  ପଥରମାଡ କରାଯାଇଥିଲା। ଏଥିରେ ଗାଡିର କାଚ ସମ୍ପୁର୍ଣ୍ଣ ଭଙ୍ଗି ଯାଇଥିଲା। କିନ୍ତୁ ରାହୁଲ ଗାନ୍ଧୀ ଅଲ୍ପକେ ବର୍ତ୍ତିଯାଇଥିଲେ। ଏହି ଘଟଣା ପରେ କଂଗ୍ରେସ କହିଛି ଯେ ପ୍ରଦର୍ଶନକାରୀ ପଥର ମାଡ଼ କରୁଥିବା ସମୟରେ ମୋଦି ମୋଦି ନାରା ଲଗାଉଥିଲେ। ଏହାସହ ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ବିରୋଧରେ ହେଉଥିବା ଏଭଳି ପ୍ରଦର୍ଶନ ସତ୍ୱେ ସେ କେବେ ପଛଘୁଞ୍ଚା ଦେବେନାହିଁ।