ଜମ୍ମୁ-କାଶ୍ମୀରରେ ବନ୍ଦ ହେବ ପାକିସ୍ତାନ ଓ ସାଉଦୀ ଆରବର ଚ୍ୟାନେଲ୍‌

ଜମ୍ମୁ: ଜମ୍ମୁ-କାଶ୍ମୀରରେ ବନ୍ଦ ହେବ ପାକିସ୍ତାନ ଓ ସାଉଦୀ ଆରବର ଟେଲିଭିଜନ୍‌ ଚ୍ୟାନେଲ୍‌। ରାଜ୍ୟରେ ପାକିସ୍ତାନ ଓ ସାଉଦୀ ଆରବର ଚ୍ୟାନେଲ୍‌ ଗୁଡ଼ିକର ଅନାଧିକୃତ ପ୍ରସାରଣକୁ ଖୁବ୍‌ଶୀଘ୍ର ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏମ୍‌ ଭେଙ୍କୟା ନାଇଡୁ ଚିନ୍ତା ପ୍ରକାଶ କରିବା ସହ ରାଜ୍ୟର ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଏହାସହିତ ଖୁବ୍‌ଶୀଘ୍ର ଅନୁପାଳନ ରିପୋର୍ଟ ମାଗିଛନ୍ତି।

ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜବର୍ଦ୍ଧନ୍‌ ସିଂ ରାଠୋର କହିଛନ୍ତି,“ଯେଉଁ କେବୁଲ ଅପରେଟର୍‌  ଅନାଧିକୃତ ପାକିସ୍ତାନୀ ଓ ସାଉଦି ଆରବିଆନ୍ ଚ୍ୟାନେଲ୍‌ ପ୍ରସାରଣ କରୁଛନ୍ତି ସେମାନଙ୍କ ଉପକରଣ ଜବତ କରିବାର ଅଧିକାର ସ୍ଥାନୀୟ ପ୍ରଶାସନର ରହିଛି।”

ସୌଜନ୍ୟ-ଏନ୍‌ଡି ଟିଭି ହିନ୍ଦୀ

ସୌଜନ ଫଟୋ- ଏନ୍‌ଡି ଟିଭି