ଫ୍ଲୋରିଡାରେ ‘ଇର୍ମା’ ତାଣ୍ଡବ

ନୂଆଦିଲ୍ଲୀ: ତାଣ୍ଡବ ରଚୁଛି ଘୂର୍ଣ୍ଣିଝଡ଼ ଇର୍ମା। କାରିବିଆନ ଦ୍ୱୀପ ପରେ ଫ୍ଲୋରିଡାରେ ସ୍ଥଳ ଭାଗ ସ୍ପର୍ଶ କରିଛି ଇର୍ମା। ଫଳରେ ଏଠାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ ହୋଇନି। ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ପବନ ବହୁଥିବାରୁ କ୍ଷୟକ୍ଷତି ଅଧିକ ହେବା ଆଶଙ୍କା ରହିଛି।  ସ୍ଥଳ ଭାଗ ସ୍ପର୍ଶ କରିବା ପୂର୍ବରୁ ୫୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଏହାପୂର୍ବରୁ କ୍ୟୁବାରେ ବ୍ୟାପକ କ୍ଷୟକ୍ଷତି କରିଥିଲା ଇର୍ମା। ସେଠାରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବଡ଼ ବଡ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। ଶତାଧିକ ଘର ଧ୍ୱଂସ ହୋଇଯାଇଛି। ସବୁଠୁ ଅଧିକ କ୍ଷତି କ୍ୟୁବା ଓ ବହମାସରେ ହୋଇଛି। ତେବେ ଭାରତୀୟମାନେ ସୁରକ୍ଷିତ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଦୂତାବାସ ପକ୍ଷରୁ ହେଲପଲାଇନ୍ ନମ୍ବର ଜାରି କରାଯାଇଛି।