ଦୁଷ୍କର୍ମ ଉଦ୍ୟମ କରୁଥିବା ବାବାଙ୍କ ଗୁପ୍ତାଙ୍ଗ କାଟି ଦେଲେ ଲ’ ଛାତ୍ରୀ

ଥିରୁଅନନ୍ତପୁରମ୍‌: ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ଜଣେ ବାବାଙ୍କ ଗୁପ୍ତାଙ୍ଗକୁ ଜଣେ ୨୩ ବର୍ଷିୟା ଲ’ ଛାତ୍ରୀ କାଟି ଦେଇଛନ୍ତି। ଏପରି ଘଟଣା ଘଟିଛି କେରଳର ଥିରୁଅନନ୍ତପୁରମ୍‌ରେ। ଏକ ଆଶ୍ରମରେ ରହୁଥିବା ଏହି ବାବା ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି।  ସେଠାରେ ତାଙ୍କର ସର୍ଜରୀ କରାଯାଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ବାବାଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ପୋଲିସ କହିଛି।

ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଜଣଙ୍କ ତାଙ୍କ ଘର ସହ କିଛିବର୍ଷ ହେଲା ପରିଚିତ ଥିଲେ। ବାବା ଜଣଙ୍କ ତାଙ୍କ ଘରକୁ ପ୍ରାୟ ସବୁଦିନ ପୂଜା କରିବା ବାହାନାରେ ଆସି ତାଙ୍କୁ ଖରାପ ବ୍ୟବହାର କରୁଥିଲେ। ଗତରାତିରେ ବାବା ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେ ଏକ ଛୁରୀରେ ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ।

Courtesy- NDTV India