ଜଳାବତରଣ କଲା ‘କରଞ୍ଜ’ : ଧରିପାରିବନି ଶତ୍ରୁର ରାଡ଼ାର  

ମୁମ୍ବାଇ: ପୁଣି ଶକ୍ତି ପ୍ରଦର୍ଶନ କଲା ଭାରତୀୟ ନୌସେନା। ନୌସେନାରେ ସାମିଲ୍ ହେଲା ସ୍କର୍ପିନ। ମୁମ୍ବାଇର ମାଜାଗା ଡକୟାର୍ଡରେ ଜଳାବତରଣ କରିଛି ବୁଡାଜାହାଜ ଆଇଏନଏସ କରଞ୍ଜ।  ମୁମ୍ବାଇରେ ଆଡମିରାଲ ସୁନୀଲ ଲାମ୍ବାଙ୍କ ଉପସ୍ଥିତିରେ ଏହାକୁ ନୌସେନାରେ ସାମିଲ୍ କରାଯାଇଛି ।  ଅତ୍ୟାଧୁନିକ ସୁବିଧା ଥିବା ଆଇଏନଏସ କରଞ୍ଜକୁ କୌଣସି ରାଡାର ଧରିପାରିବ ନାହିଁ । ସେଥିପାଇଁ ଏହାକୁ ଗୁଇନ୍ଦା ତଥ୍ୟ ସଂଗ୍ରହରେ ମଧ୍ୟ ବ୍ୟବହାର କରାଯାଇ ପାରିବ।  ମୁମ୍ବାଇର ମାଜାଗା ଡକୟାର୍ଡରେ ଜଳାବତରଣ କରିଛି ବୁଡାଜାହାଜ ଆଇଏନଏସ କରଞ୍ଜ। ପୁରା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ  ବୁଡାଜାଡାଜ ଶତ୍ରୁ ପକ୍ଷକୁ ଚକମା ଦେଖାଇବାର ସାମର୍ଥ୍ୟ ରଖିଛି ।

ମେକ୍ ଇନ୍ ଇଣ୍ଡିଆ ଜରିଆରେ ନିର୍ମିତ ହୋଇଥିବା କରଞ୍ଜର ଲମ୍ବ ୬୭.୫ ମିଟର, ଉଚ୍ଚତା ୧୨.୩ ମିଟର ଏବଂ ଓଜନ ୧୫୬୫ ଟନ୍।  ଶତ୍ରୁକୁ ଟାର୍ଗେଟ କରିବା ସହ ଶତ୍ରୁ ଆକ୍ରମଣରୁ ବର୍ତ୍ତିବା ପାଇଁ ଏଥିରେ ଅତ୍ୟାଧୁନିକ ଟେକନୋଲୋଜି ରହିଛି ।   ନୌସେନା ମୁଖ୍ୟ ସୁନିଲ ଲାନବା ଆଜି ଏହାକୁ ଉଦଘାଟନ କରିଛନ୍ତି।  ପାଣି ଭିତରେ ଶତ୍ରୁକୁ ମିସାଇଲରେ ଆକ୍ରମଣ କରିବା ଭଳି କ୍ଷମତା ଆଇଏନଏସ କରଞ୍ଜର ଅଛି।  ଅକ୍ସିଜେନ୍ ଅଭାବ ସତ୍ୱେ ଏହା ସମୁଦ୍ର ଭିତରେ ଅଧିକ ସମୟ ରହିପାରିବ।   ଏଥିସହ ଗୁଇନ୍ଦା ତଥ୍ୟ ସଂଗ୍ରହରେ ଏହା ଉପଯୋଗୀ ହୋଇପାରିବ।   ଆଇଏନସ କରଞ୍ଜର ଜଳାବତରଣ ସହ ନୌସେନାର ସାମର୍ଥ୍ୟ ଆହୁରି ବୃଦ୍ଧି ପାଇଛି ।  ୨୦୨୦ ସୁଦ୍ଧା  ନୌସେନାରେ ୭୦ଟି ସ୍କର୍ପିନ ଶ୍ରେଣୀର ବୁଡାଜାହାଜ ସାମିଲ ପାଇଁ ଲକ୍ଷ୍ୟ ରଖାଯାଇଛି ।  ବର୍ତ୍ତମାନ ସୁଦ୍ଧା ସ୍କର୍ପିନ ଶ୍ରେଣୀର ବୁଡ଼ାଜାହାଜ ଆଇଏନଏସ କଲବରୀ ଓ ଖଣ୍ଡେରୀକୁ ନୌସେନାରେ ସାମିଲ୍ କରାଯାଇଛି ।