ସୁବ୍ରତ ରୟଙ୍କୁ ଚେତାବନୀ:୧୦ ଦିନ ଭିତରେ ୭୧୦ କୋଟି ଟଙ୍କା ଦିଅ

ନୂଆଦିଲ୍ଲୀ: ସେବି ନିକଟରେ ବଳକା ଟଙ୍କା ପୈଠ ପାଇଁ ସାହାରା ମୁଖ୍ୟଙ୍କୁ  ୧୦ ଦିନ ମହଲତ ଦେଲେ ସୁପ୍ରିମକୋର୍ଟ। ଏହି ୧୦ ଦିନ ମଧ୍ୟରେ ସାହାରା ମୁଖ୍ୟ ସୁବ୍ରତ ରୟଙ୍କୁ ସେବି ନିକଟରେ  ୭୧୦ କୋଟି ଟଙ୍କା ଜମା କରିବାକୁ ପଡ଼ିବ। ଏଥିପାଇଁ ସୁବ୍ରତ ରୟଙ୍କ ଜାମିନ ଅବଧି ଜୁଲାଇ ୫କୁ ଘୁଞ୍ଚାଇ ଦିଆଯାଇଛି। ସୁପ୍ରିମକୋର୍ଟରେ ସାହାରା ମାମଲା  ଶୁଣାଣି ଚାଲିଥିବା ଭିତରେ ସୁବ୍ରତ ରୟ କୋର୍ଟରେ ୧୭ କୋଟି ଟଙ୍କା ଜମା କରିଛନ୍ତି। ତଥାପି ଆହୁରି ୭୦୯.୮୨ କୋଟି ଟଙ୍କା ବାକି ରହିଛି।