ସୁଦାନ ରାଷ୍ଟ୍ରପତିଙ୍କୁ ଦେଶ ଛାଡି ନ ଯିବାକୁ ନିର୍ଦ୍ଦେଶ

ଜୋହାନସବର୍ଗ: ସୁଦାନ୍ ରାଷ୍ଟ୍ରପତି ଅମର ଉଲ୍ ବରୀଶ ଦେଶ ଛାଡି ଅନ୍ୟତ୍ର ଯିବାକୁ ଦକ୍ଷିଣ ଆଫ୍ରିକାର ଏକ ଅଦାଲତ ଅସ୍ଥାୟୀ ରୋକ ଲଗାଇଛନ୍ତି। ଏହାପୂର୍ବରୁ ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଳୟ ଜୋହାସବର୍ଗରେ ଆୟୋଜିତ ସମ୍ମିଳନୀରେ ତାଙ୍କୁ  ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ପେଟ୍ରରିଆ ହାଇକୋର୍ଟ ଏକ ବୟାନରେ କହିଛନ୍ତି ଯେ, ଅଦାଲତ ଆଦେଶ ନ ଦେବା ପର୍ଯ୍ୟନ୍ତ ରାଷ୍ଟ୍ରପତି ବରୀଶ ଦେଶ ଛାଡି ଅନ୍ୟତ୍ର ଯାଇପାରିବେ ନାହିଁ।

ଦାରଫରୁ କ୍ଷେତ୍ରରେ ଚାଲିଥିବା ନରସଂହାର ଓ ମାନବିକତାର ହତ୍ୟାକୁ ନେଇ ବିଭିନ୍ନ ଆଡୁ ସମାଲୋଚିତ ହେଉଥିବା ବରୀଶ ଆଇସିସି ସଦସ୍ୟ ନ ଥିବା ଦେଶକୁ ଗସ୍ତ କରିଥାନ୍ତି। ଏହି ଆଦେଶ ସେତେବେଳେ ଦିଆଗଲା ଯେତେବେଳେ ଦକ୍ଷିଣ ଆଫ୍ରିକାର ଲିଟିକେଶନ୍ ସେଣ୍ଟର ପକ୍ଷରୁ ବରୀଶଙ୍କୁ ପ୍ରଶାସନ ଗିରଫ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଅଦାଲତରେ ଆବେଦନ  କରାଯାଇଥିଲା ।