ଚାଷୀଙ୍କୁ ମିଠା, ଗ୍ରାହକଙ୍କୁ ଖଟା : ପଢନ୍ତୁ କି ପଦକ୍ଷେପ ନେଲେ ସରକାର

ନୂଆଦିଲ୍ଲ:ବଢିପାରେ ଚିନି ଦର। କାରଣ କେନ୍ଦ୍ର ସରକାର ଆଖୁ କ୍ରୟ ଉପରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ୧୦.୫ ପ୍ରତିଶତ ଟିକସ (ସର୍‌ ଚାର୍ଜ)ଲାଗୁ କରିଛନ୍ତି। ଆଜି କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।  ଆଖୁ କୁଇଣ୍ଟାଲ ପିଛା ଉପରେ ଅଧିକ ୨୫ ଟଙ୍କା ଲାଗୁ କରାଯାଇଛି। ଅର୍ଥାତ ଆଖୁ କୁଇଣ୍ଟାଲ ପିଛା ୨୫୫ ଟଙ୍କା ପଡ଼ିବ। ଏହି ଦରରରେ ଚାଷୀଙ୍କ ଠାରୁ ଆଖୁ କିଣାଯିବ। ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପୂର୍ବରୁ ଏହା ୨୩୦ ଟଙ୍କା ଥିଲା।  ତେବେ ମରୁଡ଼ି ଯୋଗୁ ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ଅଞ୍ଚଳରେ ଆଖୁ ଚାଷ ପ୍ରଭାବିତ ହୋଇଥିଲା। ଆଖୁ ଉତ୍ପାଦନ ବି କମିଥିଲା। ତେଣୁ ଆଖୁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏହି ପଦେକ୍ଷେପ ନେଇଛନ୍ତି।