ସୁକମାରେ ମାଓ ହମ୍‌ଲା: ୧୨ଯବାନ ସହିଦ

ସୁକମା: ଛତିଶଗଡ଼ର ସୁକମାରେ ଆଜି ବଡ଼ଧରଣର ମାଓ ହମଲା ହୋଇଛି। ମାଓବାଦୀଙ୍କ ଆକ୍ରମଣରେ ୧୨ ଜଣ ଯବାନ ସହିଦ ହୋଇଛନ୍ତି। । ଏଥିରେ ଅନ୍ୟ ୩ ଜଣ ଯବାନ ଗୁରୁତର ହୋଇଛନ୍ତି। ଆହତ ଯବାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

୨୧୯ ବାଟାଲିଅନ୍‌ର ଯବାନମାନେ ସୁକମା ଜିଲ୍ଲା ଭେଜି ଓ କୁଟ୍ଟାଚେରୁ ଜଙ୍ଗଲରେ କମ୍ବିଂ ଅପରେଶନ ପାଇଁ ଯାଉଥିବା ମାଓବାଦୀମାନ ଆକ୍ରମଣ କରିଥିଲେ। ପରେ ମାଓବାଦୀମାନେ ଯବାନଙ୍କ ଅସ୍ତ୍ରଶସ୍ତ୍ର ଓ ରେଡିଅ ସେଟ୍‌  ଲୁଟି ନେଇଥିଲେ। ମୃତ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟର ଓ ଦୁଇ ଜଣ ଏଏସ୍‌ଆଇ ଅଛନ୍ତି। ଏହି ଘଟଣା ପରେ ସୁକମାକୁ ଅଧିକ ସୁରକ୍ଷା କର୍ମୀ ପଠାଯାଇଛି।

ମାଓବାଦୀଙ୍କର ଏପରି ଆକ୍ରମଣର ଜବାବ ଦିଆଯିବ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଛନ୍ତି।