କାନ୍ଦୁଛି ସୁକ୍‌ମା ସହିଦର ଝିଅ: ଭାଇରାଲ ହେଲା “ବେଟୀ ପୁକାରେ ପାପା ତୁମ୍‌ କହାଁ ଚଲେ  ଗୟେ”…

ଭୁବନେଶ୍ୱର:ବେଟୀ ପୁକାରେ ପାପା ତୁମ୍‌ କହାଁ ଚଲେ  ଗୟେ । ମମ୍ମି ଦାଦା, ଦାଦୀ ସବ୍‌ ରୋତେଁ ହେଁ ପାପା ହମ୍‌ ସବକୋ ଛୋଡ଼େ ତୁମ୍‌ କହାଁ ଚଲେ ଗୟେ…। ଅର୍ଥାତ ଝିଅ  କହୁଛି  ବାପା ତୁମେ କୁଆଡ଼େ ଗଲ..। ମା’, ଦାଦା ଖୁଡ଼ି ଜେଜେ ସମସ୍ତଙ୍କୁ  କନ୍ଦାଇ ତୁମେ କୁଆଡ଼େ ଚାଲିଗଲ। ହିନ୍ଦୀର ଏହି କେଇପଦ  ଗୀତ ଏବେ ସବୁଠି ଗୁଞ୍ଜରିତ ହେଉଛି। ଶୁଣିଲେ ତରଳି ଯାଉଛି ହୃଦୟ। କାନ୍ଦି ଉଠୁଛି ଆତ୍ମା। ସୋସିଆଲ ମିଡିଆରୁ ମୋବାଇକୁ ମୋବାଇଲକୁ ଏହି ଗୀତ ହେଉଛି ଭାଇରାଲ। କୁନି କୁନି ଝିଅଙ୍କ କଣ୍ଠରେ ଭାସି ଆସୁଥିବା ଏହି ଗୀତ ଖୁବ୍‌ ହୃଦୟସ୍ପର୍ଷୀ ହୋଇଛି।

ସୁକ୍‌ମାରେ ମାଓ ଆକ୍ରମଣରେ ସହିଦ୍‌ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଏହି ଗୀତ ରଚନା ହୋଛି। ଗୀତରେ ରହିଛି ବେଦନା ଆଉ ଦୁଃଖର କରୁଣ କାହାଣୀ। ବାପାଙ୍କୁ ହରାଇବା ପରେ  ତା’ର ପରିବାର ଲୋକଙ୍କୁ କେତେ କଷ୍ଟ ହେଉଥିବା ତାହା ଏଥିରେ ଦର୍ଶାଯାଇଛି। ଛତିଶଗଡ଼ର ଶିବରାମ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଏହି ଗୀତ ଗାଇଛନ୍ତି। ସୁକ୍‌ମାରେ ମାଓ ଆକ୍ରମଣରେ ସହିଦ ହୋଇଥିବା ୨୫ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଏହି ଗୀତକୁ ସ୍କୁଲ ପିଲାମାନେ ନିଜେ ରଚନା କରିଛନ୍ତି। ଏହି ଗୀତର ମାର୍ମିକ ବେଦନା ମାଓବାଦୀଙ୍କ ଛାତିକୁ ନିଶ୍ଚୟ ଦୋହଲାଇଦେବ।  ଏହି ଗୀତଟିକୁ ଏବେ ୟ୍ୟଟ୍ୟୁବ୍‌ରେ ୪୯୨୫ ଜଣ ଦେଖିସାରିଲେଣି।