ଦିଲ୍ଲୀ ପୋଲିସର ଘୋଷଣା: ବିଷକ୍ରିୟା ଯୋଗୁଁ ହୋଇଛି ଶଶି ଥରୁରଙ୍କ ପତ୍ନୀ ସୁନନ୍ଦାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ବିଷକ୍ରିୟା ଯୋଗୁଁ ହୋଇଛି। ଶୁକ୍ରବାର ଏହି ସୂଚନା ଦେଇଛି ଦିଲ୍ଲୀ ପୋଲିସ୍। ଆଜି ଏମ୍ସରୁ ଚୂଡ଼ାନ୍ତ ରିପୋର୍ଟ ପାଇବା ପରେ ଦିଲ୍ଲୀ ପୋଲିସ୍ ଏହି ଘୋଷଣା କରିଛି। ତେବେ ସୁନନ୍ଦା କେଉଁ ପ୍ରକାରର ବିଷ ପିଇଥିଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। କିନ୍ତୁ ୨୦୧୪ରେ ସୁଧୀର ଗୁପ୍ତା କହିଥିଲେ ଯେ ତାଙ୍କ ଶରୀରରେ ପୋଲୋନିୟମ୍ ୨୦୧ ଭଳି ବିଷ ସଂଚାରିତ ହେବା ଭଳି ମନେ ହେଉଛି।

ଏଫବିଆଇ ନିଜ ରିପୋର୍ଟରେ ଏମ୍ସର ଶବବ୍ୟବଚ୍ଛେଦ ରିପୋର୍ଟ ଉପରେ ମୋହର ଲଗାଇଛି। ଏହି ରିପୋର୍ଟ ୨୦୧୪ରେ ଡାକ୍ତର ସୁଧୀର ଗୁପ୍ତା ଦେଇ ଥିଲେ। ଏଫବିଆଇ ମଧ୍ୟ କହିଛି ଯେ ବିଷର ପ୍ରଭାବରେ ସୁନନ୍ଦାଙ୍କ ମୃତ୍ୟୁ ହୋଇଛି।