ଜାମିନ ପାଇଲେ ନାହିଁ ଅନେକଙ୍କୁ ଜାମିନ ଦେଇଥିବା ବିଚାରପତି

କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି  ଜଷ୍ଟିସ୍ ସିଏସ୍ କର୍ଣ୍ଣନଙ୍କୁ ଲାଗିଛି ଶକ୍ତ ଧକ୍କା। ଆଜି ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଗତକାଲି ତାମିଲନାଡ଼ୁର କୋଏମ୍ୱାଟୁରର ଏକ ପ୍ରାଇଭେଟ୍ ରିସୋର୍ଟରୁ କର୍ଣ୍ଣନଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ। ସୁପ୍ରିକୋର୍ଟ ଅବମାନନା ମାମଲା ପାଇଁ କୋର୍ଟ ତାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଦେଇଥିଲେ। ଏହାପରେ ସେ ହଠାତ୍ କେଉଁଆଡେ ଲୁଚି ଯାଇଥିଲେ। ମେ ୯ ତାରିଖରୁ ସେ ଫେରାର୍ ଥିଲେ। ସେ ଦେଶର ପ୍ରଥମ ହାଇକୋର୍ଟ ଜର୍ଜ ଭାବେ ଫେରାର୍ ଥାଇ ରିଟାୟର୍ଡ ହୋଇଥିଲେ।

୬୨ ବର୍ଷିୟ କର୍ଣ୍ଣନ ଜାନୁଆରୀ ମାସରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ମାଡ୍ରାସ ହାଇକୋର୍ଟରେ ହେଉଥିବା ଦୁର୍ନୀତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହାର ତଦନ୍ତ କରିବାକୁ ନିବେଦନ କରିଥିଲେ।