ବଳାତ୍କାର ପରେ ଏଡ୍‌ସ୍‌ରେ ଶିକାର ଯୁବତୀଙ୍କ ଗର୍ଭପାତ ଆବେଦନକୁ ଖାରଜ୍‌ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବଳାତ୍କାରର ଶିକାର ହୋଇ ଏଡ୍‌ସରେ ଆକ୍ରାନ୍ତ ହୋଇଥିବା ଜଣେ ଯୁବତୀଙ୍କ ଗର୍ଭପାତ  ଆବେଦନକୁ ସୁପ୍ରିମକୋର୍ଟ ଖାରଜ୍‌ କରିଦେଇଛନ୍ତି।  ବିହାରର ଜଣେ ୩୫ ବର୍ଷୀୟ ଯୁବତୀ ଏହି ଆବେଦନ କରିଥିବା ବେଳେ ମଙ୍ଗଳବାର ସର୍ବୋଚ୍ଚ ନ୍ୟାଳୟ ଉପରୋକ୍ତ ରାୟ ଦେଇଛନ୍ତି। ସମ୍ପୃକ୍ତ ଯୁବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି  ଏମ୍‌ସ ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।

ରିପୋର୍ଟରେ ଯୁବତୀ ଜଣକ ୬ ମାସର(୨୬ ସପ୍ତାହ) ଗର୍ଭବତୀ ଥିବା ଦର୍ଶାଯାଇଛି। ଯଦି ଏହି ସମୟରେ ଯୁବତୀଙ୍କ ଗର୍ଭପାତ କରାଯାଏ ତେବେ ତାଙ୍କ ଜୀବନ ପ୍ରତି ବିପଦ ଥିବା ମେଡିକାଲ ଟିମ୍‌ ପକ୍ଷରୁ  ପ୍ରସ୍ତୁତ ହୋଇଥିବା ରିପୋର୍ଟ କୋର୍ଟରେ ଉପସ୍ଥାପିତ କରାଯାଇଥିଲା। ସମସ୍ତ ରିପୋର୍ଟକୁ ଅନୁଧ୍ୟାନ କରି ସର୍ବୋଚ୍ଚ ନ୍ୟାଳୟ ଯୁବତୀଙ୍କ ଆବେଦନ ଉପରେ ଅସମ୍ମତି ପ୍ରକାଶ କରିଛନ୍ତ। ସେପଟେ କୋର୍ଟ ଏହି ଘଟଣା ପାଇଁ ବିହାର ସରକାରଙ୍କ ଅବହେଳାକୁ ଦାୟୀ କରି ତୀବ୍ର ସମାଲୋଚନା କରିଛନ୍ତି। ଯୁବତୀଙ୍କୁ ସମସ୍ତ ପ୍ରକାର ମେଡିକାଲ ସୁବିଧା ଯୋଗାଇ ଦେବାକୁ କୋର୍ଟ ବିହାର ସରକାରଙ୍କୁ ନିର୍ଦ୍ଦେଶଦେଇଛନ୍ତି।  ଏପରିକ ଳାତ୍କାର ପିଡ଼ୀତାଙ୍କ ଲାଗି ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ  ୩ ଲକ୍ଷ ଟଙ୍କା ସହାୟତା ଯୋଗାଇଦେବାକୁ ସର୍ବୋଚ୍ଚ ନ୍ୟାଳୟ ନିର୍ଦ୍ଦେଶଦେଇଛନ୍ତି।