ଆରବିଆଇ ସର୍କୁଲାରକୁ ସୁପ୍ରିମ୍‌କୋର୍ଟ ଝଟ୍‌କା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବହୁ ବିବାଦୀୟ ଅନାଦେୟ ଋଣ ସମ୍ପର୍କିତ ସର୍କୁଲାର ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ। ୨୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଋଣ ସହିତ ଜଡ଼ିତ ବ୍ୟକ୍ତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ତାଲିକା ଗଠନ କରାଯାଇଥିଲା। ଏହା ବଳରେ ସେମାନଙ୍କୁ ଇନ୍‌ସଲ୍‌ଭେନ୍ସି ଆଣ୍ଡ ବ୍ୟାଙ୍କରପ୍‌ସି (ଆଇବିସି) ଅଧୀନରେ ଦେବାଳିଆ ଘୋଷଣା କରାଯାଇପାରିଥାନ୍ତା।

କୋର୍ଟ କହିଥିଲେ, ବ୍ୟାଙ୍କିଙ୍ଗ ରେଗୁଲେସନ୍‌ ଆକ୍ଟର ଧାରା ୩୫ଏଏ ଅନୁଯାୟୀ ଆରବିଆଇ ଏପରି କରିବା ଠିକ୍ ନୁହେଁ। ଏହି ସର୍କୁଲାର ବିରୋଧରେ ପାୱାର, ଚିନି ଏବଂ ସାର ଆଦି ଅଣସଂଗଠିତ କ୍ଷେତ୍ର ପକ୍ଷରୁ ଏହି ସର୍କୁଲାର ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏହି ଆବେଦନରେ ଦର୍ଶାଯାଇଥିଲା ଆରବିଆଇ ସେମାନଙ୍କୁ ଇଚ୍ଛାକୃତ ଖିଲାପକାରୀ ଦର୍ଶାଇଛି, ଯାହାକି ନିୟମ ବିରୁଦ୍ଧ।

ଏହି ସର୍କୁଲାରରେ ୨୭୦ ଦିନର ଅବଧିକୁ ୧୮୦କୁ ଖସାଇଦିଆଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ରାୟ ୨.୨ ଲକ୍ଷ କୋଟି ଅନାଦେୟ ଋଣ ଉପରେ ପ୍ରଭାବ ପକାଇବ।