ଜଷ୍ଟିସ୍ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଜଷ୍ଟିସ୍ ବିଏଚ୍ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଶୁଣାଣି ଆରମ୍ଭ ହୋଇଛି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରିଛନ୍ତି। ପ୍ରଥମ ଦିନ ଶୁଣାଣିରେ ମାମଲାକୁ ଗୁରୁତ୍ୱପୂର୍ଣ୍ଣ କୋର୍ଟ ଦର୍ଶାଇଛନ୍ତି। ଏହାସହ ଜଷ୍ଟିସ୍ ଲୋୟାଙ୍କ ପୋଷ୍ଟମଣ୍ଟମ୍ ରିପୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ମାଗିଛନ୍ତି। କେଉଁ ପରିସ୍ଥିତିରେ ଜଷ୍ଟିସ୍‌ଙ୍କ ମୃତ୍ୟୁ ହେଲା ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ରଖିବେ ସରକାର। ଏ ନେଇ ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ଦିନ ହେବ।

ଜଷ୍ଟିସ୍ ଲୋୟା ବହୁ ଚର୍ଚ୍ଚିତ ସୋହରାବୁଦ୍ଦିନ୍ ଏନକାଉଣ୍ଟର ମାମଲାର ଯାଞ୍ଚ କରୁଥିଲେ।  ୨୦୧୪ରେ ଏକ ବିବାହ କାର୍ଯ୍ୟକ୍ରମ ପାଇଁ ନାଗପୁର ଯାଇଥିବା ଜଷ୍ଟିସ୍ ଲୋୟାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ତେବେ ଏଥିରେ ସନ୍ଦେହ ପ୍ରକଟ କରି ମାମଲା ଯାଞ୍ଚ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା। ମାମଲାକୁ ପ୍ରଭାବିତ କରିବା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା। ମହାରାଷ୍ଟ୍ରର ଜଣେ ସାମ୍ବାଦିକ ବନ୍ଧୁରାଜ ସମ୍ଭାଜୀ ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ସବୋର୍ଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।