ଜୁଲାଇ ୩ରୁ ସୁପ୍ରିମକୋର୍ଟରେ ଖାତାଖତିଆନ ବନ୍ଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବନ୍ଦ ହେବ ଖାତାଖତିଆନ। ଏଣିକି ସବୁ କାମ ଡିଜିଟାଲ ମୁଡ୍‌ରେ ହେ‍ବ। କେଶ ପଞ୍ଜିକରଣ ଠାରୁ ରେକର୍ଡ଼ ମେଣ୍ଟେନ ପର୍ଯ୍ୟନ୍ତ ସବୁକିଛି ଅନ୍‌ଲାଇନରେ ବ୍ୟବସ୍ଥା ହେବ।  ଅର୍ଥାତ ସମସ୍ତ କାମ କମ୍ପ୍ୟୁଟରୀକରଣମାଧ୍ୟମରେ ହେବ। ଆସନ୍ତା ଜୁଲାଇ ୩ରୁ ସୁପ୍ରିମକୋର୍ଟରେ କିଛି କାମ କାଗଜପତ୍ରରେ ହେବ ନାହିଁ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ୍‌  ଜେ.ଏସ୍.କେହେର କହିଛନ୍ତି।  ସବୁକାମ ଡିଜିଟାଲ ମୁଡ୍‌ରେ ହେବ । କେବଳ ସୁପ୍ରମିକୋର୍ଟ ନୁହେଁ ଦେଶର ସବୁ କୋର୍ଟରେ ଡିଜିଟାଲ ମୁଡରେ କାର୍ଯ୍ୟ ସମାପନ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟ କାମ ସୁପ୍ରିମକୋର୍ଟରୁ ହିଁ ଆରମ୍ଭ ହେବ।

ଏନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌  ଜେ.ଏସ୍.କେହେର ଏକ ସ୍ମିମ୍‌ ଲଞ୍ଚ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ସମସ୍ତକୋର୍ଟରେ ଯେଭଳି ବିନା କାଗଜପତ୍ରରେ କାମ ହେବ ସେଥିପାଇଁ ପଦେକ୍ଷେପ ନିଆଯାଉଛି।  ଜଷ୍ଟିସ୍‌  କେହେର  କହିଛନ୍ତି ଯେ, ଇ-କୋର୍ଟ ପାଇଁ ସରକାର ୨,୧୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେଥିରୁ ୨୦୧୬ ଡିସେମ୍ବର ସୁଧା ୮୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।  ଇ-କୋର୍ଟ ମାଧ୍ୟମରେ କେଶ ଆବେଦନଠରୁ ପରିଚଳାନା ପର୍ଯ୍ୟନ୍ତ ସରଳିକରଣ ହୋଇପାରିବ।  ସେହିପରି ନ୍ୟାୟ ବ୍ୟବସ୍ଥା ମଧ୍ୟ ତ୍ୱାରାନନ୍ନିତ ହୋଇପାରିବ ବୋଲି ସେ କହିଛନ୍ତି।