ସୁପ୍ରିମକୋର୍ଟ ନିଜେ କଲେଜିୟମ୍ ବ୍ୟବସ୍ଥାର ସମୀକ୍ଷା କରିପାରିଥା’ନ୍ତେ: ଜଷ୍ଟିସ ଏ.କେ. ପଟ୍ଟନାୟକ

AK PATTANAYAK ON NJACଭୁବନେଶ୍ୱର/ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତି ନିଯୁକ୍ତ ଲାଗି ଗଠିତ ନ୍ୟାସନାଲ୍ ଜୁଡିସିଆଲ୍ ଆପଏଣ୍ଟମେଣ୍ଟସ କମିଶନ ବା ଏନଜେଏସିକୁ ସୁପ୍ରିମକୋର୍ଟ ଅସାମ୍ୱିଧାନିକ କହିବା ପରେ ଏହାକୁ ନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ନ୍ୟାୟପାଳିକାରେ ସ୍ୱଚ୍ଛତା ଆଣିବା ଲାଗି ସୁପ୍ରିମକୋର୍ଟ ନିଜେ କଲେଜିୟମ ବ୍ୟବସ୍ଥାର ସମୀକ୍ଷା କରିପାରିଥା’ନ୍ତେ। ଏ ନେଇ କୋର୍ଟଙ୍କ ନିକଟରେ ସୁଯୋଗ ମଧ୍ୟ ଥିଲା। ତେବେ ସେତେବେଳେ କୋର୍ଟ ଏହାକୁ ହାତ ଛଡା କରିଥିଲେ। ତେଣୁ ସଂସଦ ଏନଜେଏସି ଗଠନ ଲାଗି ବାଧ୍ୟ ହୋଇଥିଲା ବୋଲି ମତ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ଏ.କେ. ପଟ୍ଟନାୟକ। ତେବେ ଏନଜେଏସିରେ ଥିବା ବ୍ୟବସ୍ଥା ସିଧାସଳଖ ନ୍ୟାୟପାଳିକାର ସ୍ୱାଧୀନତାରେ ହସ୍ତକ୍ଷେପ କରୁଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ବରିଷ୍ଠ ଆଇନଜୀବୀ ରାମ ଜେଠମାଲିନୀ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି। ସୁପ୍ରିମକୋର୍ଟ ସମ୍ୱିଧାନର ଗାରିମା ବଜାୟ ରଖିଥିବା ସେ କହିଛନ୍ତି।