ସୁରତ ଦୁଷ୍କର୍ମ ହତ୍ୟା ଘଟଣା: ପୀଡିତା ଓ ତାଙ୍କ ମା’ଙ୍କୁ ୩୫ ହଜାର ଟଙ୍କାରେ କିଣିଥିଲେ ଅଭିଯୁକ୍ତ

ଅହମ୍ମଦାବାଦ: ସୁରତ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ ରାଜସ୍ଥାନ ଗାଙ୍ଗପୁରରୁ ଗିରଫ କରିଛି ସୁରତ ପୋଲିସ। ଗତକାଲି ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଆଜି ଅହମ୍ମଦାବାଦ ଅଣାଯାଇଛି।  କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ପୋଲିସ।

ଅଭିଯୁକ୍ତ ଗିରଫ ହେବା ସହ ଏହି ମାମଲାରେ ଥିବା କିଛି ଚାଞ୍ଚଲ୍ୟକର ତଥ୍ୟ ଆସିଛି।  ମିଳିଥିବା ସୂଚନା ମୁତାବକ ମାଆ ଓ ଝିଅଙ୍କୁ ଅଭିଯୁକ୍ତ ଗୋତି ଶ୍ରମିକ ଭାବେ ୩୫ ହଜାର ଟଙ୍କାରେ କିଣିଥିଲା।  ନାବାଳିକାର ମୃତଦେହ ମିଳିବାର କିଛି ଦିନ ପରେ ପାଖରେ ଆଉ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ଉଭୟଙ୍କ ଡିଏନ୍ଏ ମେଳ ଖାଉଥିବା ଜଣାପଡ଼ିଛି।  କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି।  ରାଜ୍ୟ ସରକାର ମାମଲାକୁ ଗୁରୁତ୍ୱ ସହ ନେଇଛନ୍ତି।  ମାମଲାର ପରିଚାଳନା ପାଇଁ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।