ସେନା ପ୍ରମୁଖଙ୍କ ସହ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଉରି ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ସେନା ପକ୍ଷରୁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଗତ ସେପ୍ଟେମ୍ବରରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଏବେ ସୀମାରେ କ’ଣ ସ୍ଥିତି ରହିଛି ତାର ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା ପ୍ରମୁଖଙ୍କ ସହିତ କରିବେ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ସମେତ ସେନାର ପ୍ରମୁଖ ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ରହିବାର ସମ୍ଭାବନା ରହିଛି।

ପୂର୍ବ ଖବର ମୁତାବକ ସର୍ଜିକାଲ ଷ୍ଟ୍ରାଇକ୍ ଜରିଆରେ ପିଓକେରେ ୩ କିମି ପର୍ଯ୍ୟନ୍ତ ଭାରତୀୟ ସେନା ପଶି ୬ଟି ଆତଙ୍କୀ ଆଡ୍ଡାକୁ ଧ୍ୱସ୍ତ କରିଦେଇଥିଲେ। ଏଥିରେ ୩୮ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।