ପୁଣି ଥରେ ପାକ୍‌ ମାଟିରେ ହେବ ମଧ୍ୟ ରାତ୍ର ଅପରେଶନ! ପଢନ୍ତୁ କ’ଣ କହିଲା ପାକିସ୍ତାନ

ନୂଆଦିଲ୍ଲୀ:ପୁଣି ଥରେ ପାକିସ୍ତାନ ମାଟିରେ ସର୍ଜିକାଲ ଷ୍ଟ୍ରାଇକ୍‌ ପାଁ ଭାରତ ପ୍ରସ୍ତୁତ ହେଉଛି କି? ସୁଞ୍ଜଓ୍ଵାନ ସେନା କ୍ୟାମ୍ପ ଉପରେ ଆକ୍ରମଣର ବଦ୍‌ଲା ନେବାକୁ ସଜବାଜ ହେଉଛି କି ଭାରତୀୟ ସେନା ? ଏବେ ଏମିତି କିଛି ପ୍ରଶ୍ନକୁ ନେଇ ଖୋଦ୍‌ ପାକିସ୍ତାନ୍ ଆଶଙ୍କାରେ ଅଛି।

କାରଣ ପାକିସ୍ତାନକୁ ପୁଣିଥରେ ଘାରିଛି ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ। ଏନେଇ ପାକିସ୍ତାନ୍ ଆଗୁଆ ଭାରତକୁ ଚେତାବନୀ ଦେଇଛି। ଜମ୍ମୁ-କଶ୍ମୀରର ସୁଞ୍ଜଓ୍ଵାନ ସେନା କ୍ୟାମ୍ପ ଉପରେ ଆକ୍ରମଣ ପଛରେ ଭାରତ ଜୈଶ୍‌-ଇ-ମହମ୍ମଦଙ୍କୁ ଟାର୍ଗେଟ କରିବା ପରେ ପାକିସ୍ତାନ ଚିହିଁକି ଉଠିଛି। କହିଛି ଭାରତ ଯେଉଁ ଅଭିଯୋଗ ଆଣିଛି ତାହା ଭିତ୍ତିହୀନ ବୋଲି କହିଛି ପାକିସ୍ତାନ। ଏଣୁ ସୀମାରେ ଭାରତ ପକ୍ଷରୁ  କୌଣସି ପ୍ରକାର କ୍ରସ ଫାୟାରିଂ ଆଶଙ୍କା କରି ପାକିସ୍ତାନ ବିଚଳିତ ହୋଇ ପଡ଼ିଛି। ବିନା  କୌଣସି ତଦନ୍ତରେ ଭାରତ ପାକିସ୍ତାନକୁ ଦୋଷ ଦେବା ଠିକ୍‌ ନୁହଁ ବୋଲି ପାକିସ୍ତାନର ବୈଦେଷିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ ଜମ୍ମୁ-କଶ୍ମୀରର ସୁଞ୍ଜଓ୍ଵାନ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ କରାଯାଇ ଥିଲା। ଏଥିରେ ୫ ଜଣ ଯବାନ ସହିଦ୍‌ ହୋଇଛନ୍ତି। ସେନାର ପାଲଟା ଜବାବରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏନେଇ ଗତକାଲି ଭୋର୍‌ରୁ ଅପରେଶନ ଆରମ୍ଭ ହୋଇଥିଲା। ଏଥିରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇ୧୨ରେ ପହଞ୍ଚିଛି।  ଆତଙ୍କବାଦୀମାନେ ଲୁଚି ରହି ଆକ୍ରମଣ କରିଥିଲେ। ଏଥିରେ ସାଧାରଣ ଲୋକ ମଧ୍ୟ ଶିକାର ହୋଇଛନପ୍ତି। ଉଦ୍ଧାମପୁର ଓ ଶ୍ରୀନଗରର ବାଦ୍‌ମୀ ବାଗ୍‌ କ୍ୟାଣ୍ଟନମେଣ୍ଟ ପରେ ସୁଞ୍ଜଓ୍ଵାନା ହେଉଛି ଜମ୍ମୁ-କଶ୍ମୀରର ତୃତୀୟ ବୃହତ୍‌ ସେନା କ୍ୟାମ୍ପ ।

ଏହି ଆତ୍ମଘାତୀ ଆକ୍ରମଣ ପରେ ଭାରତ କୁଖ୍ୟାତ ଜୈଶ୍‌-ଇ-ମହମ୍ମଦଙ୍କୁ  ଟାର୍ଗେଟ କରିଛି। କେବଳ ଭାରତ ନୁହଁ ଆତଙ୍କବାଦୀ ଆକ୍ରମଣ ନେଇ ବିଶ୍ୱର ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଛି ପାକିସ୍ତାନ । ଭାରତ ପକ୍ଷରୁ ଏଭଳି ଅଭିଯୋଗ କରାଯାଉଥିବାରୁ ପାକିସ୍ତାନ ବିଚଳିତ ହୋଇ ରକ୍ତ ଚାଉଳ ଚୋବାଉଛି। ସେପଟେ ସୀମାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ଆରଏସଏସ  ପକ୍ଷରୁ କୁହାଯାଇଛି। ପୂର୍ବରୁ ୨୦୧୬ରେ ଉରି ଆକ୍ରମଣରେ ୧୮ ଜଣ ଭାରତୀୟ ସୈନ୍ୟ ସହିଦ ହେବା ପରେ ଏହାର ପ୍ରତିଷୋଧ ନେବାକୁ ଯାଇ  ଭାରତ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା।