ମଙ୍ଗଳରେ ଫସିଛନ୍ତି ଯାଇଛନ୍ତି ଏହି ବ୍ୟକ୍ତି; କେମିତି ସାହାଯ୍ୟ କରିବେ ସୁଷମା?

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍‌ରରେ ବହୁତ ଆକ୍ଟିଭ୍ ରହନ୍ତି। ଟ୍ୱିଟ୍‌ର ମାଧ୍ୟମରେ ତାଙ୍କୁ କେହି କିଛି ଅନୁରୋଧ କଲେ ସେ ସଙ୍ଗେ ସଙ୍ଗେ ତା’ ଉପରେ ଗମ୍ଭୀରତାର ସହିତ ବିଚାର କରନ୍ତି। ଟ୍ୱିଟରରେ ଅନୁରୋଧ ପରେ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିବା ନଜିର ରହିଛି। ତେବେ ବୁଧବାର ଦିନ ଜଣେ ବ୍ୟକ୍ତି ସୁଷମାଙ୍କ ସହିତ ମଜା କରିଥିଲେ। ସେ ଟ୍ୱିଟ୍‌ କରିଥିଲେ,“ମୁଁ ମଙ୍ଗଳରେ ଫସି ଯାଇଛି। ମଙ୍ଗଳାୟନ-୨କୁ କେତେବେଳେ ପଠାଇବେ?”

ସୁଷମାଙ୍କୁ ତାଙ୍କ ମଜାକୁ ବୁଝି ଯାଇଥିଲେ। ତେବେ ଟାଣୁଆ ଉତ୍ତର ଦେଇଥିଲେ। ସେ କହିଥିଲେ ଯେ ଆପଣ ମଙ୍ଗଳରେ ଥିଲେ ବି ଭାରତୀୟ ଦୂତାବାସ ଆପଣଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ।

ସୁଷମାଙ୍କୁ ଟ୍ୱିଟ୍ କରିଥିବା ଏହି ବ୍ୟକ୍ତିଙ୍କ ନାଁ କରଣ ସୈନୀ। ସେ ଆମେରିକାର ଚିକାଗୋରେ ରହନ୍ତି।