ରାହୁଲଙ୍କୁ ଶିଷ୍ଟାଚାର ଶିଖିବାକୁ କହିଲେ ସୁଷମା

ନୂଆଦିଲ୍ଲୀ: ଆଡ଼ଭାନୀ ଓ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଦେଇଥିବା କଟୁ ମନ୍ତବ୍ୟ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା  ସ୍ୱରାଜ ରାହୁଲଙ୍କୁ ଚେତାବନୀ ଦେଇଛନ୍ତି। ଶାଳୀନତା ଓ ଶିଷ୍ଟାଚାର ଭିତରେ ଅଭିଭାଷଣ ରଖିବାକୁ ରାହୁଲ ଗାନ୍ଧିଙ୍କୁ କହିବା ସହ ଆଡ଼ଭାନୀ ତାଙ୍କ ପାଇଁ ବାପା ସମାନ ବୋଲି ଟୁଇଟ କରି ସୁଷମା ସ୍ୱରାଜ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତୀ ମୋଦି ବିଜେପିର ବରିଷ୍ଠ ନେତା ଆଡ଼ଭାନୀଙ୍କୁ ନିଜର ‘ଗୁରୁ’ ବୋଲି କୁହନ୍ତି। ତେବେ ଦଳ ପକ୍ଷରୁ ଆଡଭାନୀଙ୍କୁ ଟିକଟ ନମିଳିଥିବାରୁ ଏହାର ଜବାବରେ ରାହୁଲ ଗାନ୍ଧି ମୋଦିଙ୍କୁ କଟାକ୍ଷ କରି କହିଥିଲେ ‘ଜୋତା’ରେ ମାରି ଆଡ଼ଭାନୀଙ୍କୁ ଷ୍ଟେଜରୁ ତଳକୁ ଫିଙ୍ଗି ଦେଇଛନ୍ତି ମୋଦି, ନିଜ ଗୁରୁଙ୍କୁ ସମ୍ମାନ ଦେଇ ଜାଣନ୍ତି ନାହିଁ ମୋଦି ବୋଲି ରାହୁଲ କହିଥିଲେ। ବିଜେପିରେ ହିନ୍ଦୁ ଧର୍ମକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଏବେ ଗୁରୁ-ଶିଷ୍ୟ ପରମ୍ପରା କାହିଁକି ଏତେ ନିମ୍ନସ୍ତରକୁ ଯାଇଛି ବୋଲି ରାହୁଲ କହିଥିଲେ।