ସାଂପ୍ରଦାୟିକ ଭିସା ପ୍ରଦାନ ଅଭିଯୋଗର ଜବାବ ରଖିଲେ ସୁଷମା

ନୂଆଦିଲ୍ଲୀ:  ଭିସା ଆବେଦନରେ ହିନ୍ଦୁ ମାନଙ୍କ ଅପେକ୍ଷା ମୁସଲମାନମାନଙ୍କ ପ୍ରତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅଧିକ ଗୁରୁତ୍ୱ ଦେଉଛନ୍ତି। ଟ୍ୱିଟ୍‌ କରି ଏଭଳି ଅଭିଯୋଗ ଆଣିଛନ୍ତି ହିନ୍ଦୁ ଜାଗରଣର ସଂଘ। ଏଭଳି ଅଭିଯୋଗର ପାଲଟା ଉତ୍ତରରେ ଟ୍ୱିଟ୍‌ କରି ସୁଷମା କହିଛନ୍ତି, “ଭାରତ ମୋର ଦେଶ। ସବୁ ଭାରତୀୟ ମୋର। ଜାତି, ରାଜ୍ୟ, ଭାଷା ଏବଂ ଧର୍ମ ମୋ ପାଇଁ କିଛି ମହତ୍ତ୍ୱ ରଖେ ନାହିଁ“।

ଖବର ମୁତାବକ ହିନ୍ଦୁ ଜାଗରଣ ସଂଘ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୱିଟ୍‌ କରି କହିଥିଲେ, “ ମୋଦିଜୀ ଆପଣଙ୍କ ମନ୍ତ୍ରୀ ସୁଷମା କେବଳ ମୁସଲମାନଙ୍କ ଭିସା କୁ ନେଇ ଗୁରୁତ୍ୱ ଦେଉଛନ୍ତି। ହିନ୍ଦୁମାନଙ୍କୁ ଭାରତର ଭିଜା ହାସଲ କରିବା ପାଇଁ ଶୋଷଣର ଶିକାର ହେବାକୁ ପଡ଼ୁଛି। ଏହା ଖୁବ୍‌ ଦୁଃଖଦାୟକ।