‘ପାକିସ୍ତାନକୁ ସୁରକ୍ଷା ସହାୟତା ବନ୍ଦ ସହ ହାଫିଜ ମୁକ୍ତିର କୌଣସି ସମ୍ପର୍କ ନାହିଁ’

ୱାସିଂଟନ୍‌: ପାକିସ୍ତାନକୁ ସୁରକ୍ଷା ସହାୟତା ବନ୍ଦ ସହ ହାଫିଜ୍‌ ସଇଦ୍‌ଙ୍କ ମୁକ୍ତର କୌଣସି ସମ୍ପର୍କ ନାହିଁ। ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏପରି ସଫେଇ ଦିଆଯାଇଛି। ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ୨୬-୧୧ମୁମ୍ୱାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ଇସ୍‌ଲାମ୍‌ବାଦ କୌଣସି କାର୍ଯ୍ୟାନୁଷ୍ଠାନ ନକରିବା ଘଟଣା ନିଶ୍ଚିତ ପକ୍ଷେ ଚିନ୍ତାଜନକ। ଏହାସହ ତାଙ୍କୁ ନଜରବନ୍ଦିରୁ ମୁକ୍ତ କରାଯିବା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ହେଲେ ସୈନ୍ୟ ବଳ ସହାୟତା ସହ ଏହାର କୌଣସି ସଂପର୍କ ନାହିଁ।

ଆମେରିକା ବିଦେଶିକ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି- “ଆମେ ହକ୍କାନୀ ନେଟୱର୍କ ଏବଂ ତାଲିବାନୀଙ୍କ ପାକିସ୍ତାନ ସୁରକ୍ଷା ଦେବାକୁ ନେଇ ଚିନ୍ତା ଜାହିର କରୁଛୁ। ଆମେ ତାଙ୍କ ପରମାଣୁ କାର୍ଯ୍ୟକ୍ରମକୁ ନେ ଚିନ୍ତିତ ଅଛୁ। ଲସ୍କର-ଏ-ତୋଏବା ଓ ଜେସ୍‌-ଏ-ମହମ୍ମଦ ପରି ଭାରତ ବିରୋଧୀ ସଂଗଠନକୁ ଟଙ୍କା ଯୋଗାଉଥିବା ଓ ଯୋଜନାକୁ କାର୍ଯ୍ୟକ୍ଷମ କରିବାକୁ ନିଆଯାଉଥିବା ପଦକ୍ଷେପକୁ ନେଇ ମଧ୍ୟ ଚିନ୍ତିତ ଅଛୁ।