୪ ଦଳିତ ଛାତ୍ରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହର କଲା ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ  

ହାଇଦ୍ରାବାଦ: ବିବାଦ, ପ୍ରତିବାଦ ଓ ବିକ୍ଷୋଭ ପରେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୪ ଦଳିତ ଛାତ୍ରଙ୍କ ନିଲମ୍ୱନ ପ୍ରତ୍ୟାହାର କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଆଜି ବସିଥିବା ବିଶ୍ୱବିଦ୍ୟାଳୟର ଏକଜିକ୍ୟୁଟିଭ୍ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମୋଟ୍ ୫ ଜଣ ଛାତ୍ରଙ୍କୁ ଲାଇବ୍ରେରୀ, କ୍ୟାଫେ ଓ ହେଷ୍ଟଲକୁ ବାରଣ କରିଥିଲେ କର୍ତ୍ତୃପକ୍ଷ। ଏମାନଙ୍କ ମଧ୍ୟରୁ ଜଣେ ଛାତ୍ର ରୋହିତ ଭମୁଲା ଗତ ରବିବାର ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ବିବାଦୀୟ ସ୍ଥିତି ଉପୁଜିଛି। ବିଭିନ୍ନ ରାଜନୈତିକ ଦଳ ଏହାର ବିରୋଧ କରିଥିଲେ। ସେହିଭଳି କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରୟଙ୍କ ନାଁରେ ବି ମାମଲା ରୁଜ୍ଜୁ ହୋଇଥିଲା। ତେବେ ଏବେ ବି ଛାତ୍ରସଂଘ ବିଶ୍ୱବିଦ୍ୟାଳୟର ଭାଇସ ଚାନସିଲର ତଥା କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରୟଙ୍କ ଇସ୍ତଫା ପାଇଁ ଅଡ଼ି ବସିଛି। ୫ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବନ୍ଦାରୁ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନିଙ୍କୁ ପତ୍ର ଲେଖିଥିଲେ।