ବଜାରକୁ ଆସିଲା Suzuki Access 125 CBS: ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ନୂଆଦିଲ୍ଲୀ: ସୁଜୁକୀ କମ୍ପାନୀ Suzuki Access 125 CBS ସ୍କୁଟି ଭାରତୀୟ ବଜାରରେ ଲଞ୍ଚ କରିଛି। ଏଥିସହିତ କମ୍ପାନୀ Access ମୋଡେଲ୍‌ର ସ୍ପେଶାଲ ଏଡିସନ ଲଞ୍ଚ କରିଛି। ଦିଲ୍ଲୀରେ Suzuki Access 125 CBSର ଶୋ’ ରୁମ ମୂଲ୍ୟ ୫୯,୯୮୦ ଟଙ୍କା ରଖାଯାଇଛି। ସେହିଭଳି Access ମୋଡେଲ୍‌ର ସ୍ପେଶାଲ ଏଡିସନର ମୂଲ୍ୟ ୬୦,୫୮୦ ଟଙ୍କା ରହିଛି।

Access ମୋଡେଲ୍‌ର ସ୍ପେଶାଲ ଏଡିସନକୁ ବିଭିନ୍ନ କଲର ଅପ୍‌ସନ ଯଥା ମେଟାଲିକ୍‌, ସୋନିକ, ସିଲ୍‌ଭର ରଙ୍ଗରେ ବଜାରକୁ ଛଡ଼ାଯାଇଛି। ଏଥିସହିତ ସ୍କୁଟି ସୁନ୍ଦର ଦିଶିବା ପାଇଁ ନୂଆ ଡିଜାଇନ୍‌ ଓ ସୁବିଧା ଦିଆଯାଇଛି।

ସେହିପରି Suzuki Access 125 ସ୍କୁଟିଟି ମେଟାଲିକ୍‌ ମେଟ୍‌, କଳା ଓ ପର୍ଲ ମିରାଡ୍‌ ହାଇଟ୍‌ ରଙ୍ଗରେ ଉପଲବ୍ଧ ହେଉଛି। ଏହା Access 125, 124cc ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ସହିତ ଆସିଥାଏ। ଏଥରେ 8.5bhp ପାୱାର ସହିତ 10.2 Nmର ପିକ୍ ଟାର୍କ ଜେନେରେଟ ରହିଛି। ଏହାର ଓଜନ ୧୦୨ କେଜି ରହିଛି।  Access 125 CBS ୬ଟି ରଙ୍ଗରେ ଉପଲବ୍ଧ ହେଉଛି।