ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛି ସିଙ୍ଗାପୁର

ସିଙ୍ଗାପୁର: ସିଙ୍ଗାପୁର ଆଜି ପାଳନ କରୁଛି ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ। ଏଥିପାଇଁ ଭାରତ ସମେତ ୧୮ଟି ଦେଶର ନେତା ସିଙ୍ଗାପୁରରେ ପହଞ୍ଚିଛନ୍ତି। ଭାରତ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅନନ୍ତ ଗେତି ପ୍ରତିନିଧିତ୍ୱ କରିଛନ୍ତି।

ଏହି ଉତ୍ସବରେ ମାଲେସିଆ ପ୍ରଧାନମନ୍ତ୍ରୀ ନଜୀବ ରଜାକ୍, ନ୍ୟୁୟଜଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାନ୍ କି, ଚୀନର ଉପ ରାଷ୍ଟ୍ରପତି ଲି ଚୁନଚାୟୋ, ଜାପାନର ଉପ ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଓ ବ୍ରିଟେନର ବୈଦେଶିକ ମନ୍ତ୍ରୀ ମଧ୍ୟ ସାମିଲ ହେବେ। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସୀନ ଲୁଗଂ କହିଛନ୍ତି, ଆମେ ଏହି ଉତ୍ସବକୁ ଏକଜୁଟ ହୋଇ ପାଳନ କରିବାକୁ ଚେଷ୍ଟା କରିଛୁ। ଏହି ଉତ୍ସବରେ ସାମିଲ ହେବା ପାଇଁ ସମସ୍ତଙ୍କ ମଧ୍ୟରେ ଯେପରି ଉତ୍କଣ୍ଠା ରହିଛି। ସିଙ୍ଗାପୁରର ଉପଲବ୍ଧିକୁ ଗୁରୁତ୍ୱ ଦେଇ ଆମେ ଏହି ଉତ୍ସବ ପାଳନ କରିବା ପାଇଁ ଚିନ୍ତା କରିଥିଲୁ।