ରାଷ୍ଟ୍ରପତି ଭାବେ ଶପଥ ନେବେ କୋବିନ୍ଦ

ନୂଆଦିଲ୍ଲୀ: ଆଜି ଦେଶର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ରାମନାଥ କୋବିନ୍ଦ।  ସେ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।  ଆଜି ସଂସଦ ଭବନ ପରିସରରେ ଥିବା ସେଣ୍ଟ୍ରାଲ ହଲ୍‌ରେ ତାଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇବେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜେ.ଏସ କେହର।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟସଭା ଅଧ୍ୟକ୍ଷ ହମିଦ ଅନସାରୀ, ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ରାମନାଥ କୋବିନ୍ଦ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରିବେ।  କେ. ଆର. ନାରାୟଣନଙ୍କ ପରେ ସେ ହେବାକୁ ଯାଉଛନ୍ତି ଦେଶର ଦ୍ୱିତୀୟ ଦଳିତ ରାଷ୍ଟ୍ରପତି।