ସ୍ୱିସ୍‌ ଦମ୍ପତିଙ୍କୁ ଆକ୍ରମଣ ଘଟଣାରେ ଯୋଗୀ ସରକାରଙ୍କୁ ରିପୋର୍ଟ ମାଗିଲେ ସୁଷମା

ନୂଆଦିଲ୍ଲୀ:  ଏକ ସ୍ୱିସ୍‌ ଦମ୍ପତିଙ୍କୁ ଆଗ୍ରାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳରେ ଆକ୍ରମଣ ପରେ କେନ୍ଦ୍ର ବୈଦେଶୀକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଉତ୍ତରପ୍ରଦେଶ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି।  ଆକ୍ରମଣରେ ଆହତ ହୋଇ ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଉକ୍ତ ଦମ୍ପତିଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝିବାକୁ ମଧ୍ୟ ସେ ନିଜ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ସୁଷମା ଟ୍ୱିଟ୍‌ ବାର୍ତ୍ତାରେ ଜଣାଇଛନ୍ତି।

୨୪ ବର୍ଷିୟା କ୍ୱିଣ୍ଟିନ୍‌ ଜର୍ମି କ୍ଲିକ୍‌ ନିଜ ବୟଫ୍ରେଣ୍ଡ ମାରିଆ ଡୋଜ୍‌ଙ୍କ ସହ ଗତମାସ ୩୦ ତାରିଖରେ ଭାରତ ଭ୍ରମଣରେ ଆସିଥିଲେ।  କିଛିଦିନ ତଳେ ସେମାନେ ଫତେପୁର ସିକ୍ରି ରଳଷ୍ଟେସନ ନିକଟରେ ବୁଲୁଥିବା ବେଳେ କତେକ ଯୁବକ ସେମାନଙ୍କୁ ପିଛା କରି ମାରିଆଙ୍କ ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେ। ଏହାକୁ ବିରୋଧ କରିବାରୁ ସେଠାର ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା।  ଶେଷର ଉକ୍ତ ଉତ୍‌ଶୃଙ୍ଖଳ ଯୁବକମାନେ ସେମାନଙ୍କୁ ଟେକା ପଥର ମାରିବା ସହ ଠେଙ୍ଗାରେ ପିଟିଥିଲେ। ଏହି ଘଟଣାର ଦୃଶ୍ୟ ଭାଇରାଲ ହେବାପରେ ଏବେ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ସୁଷମା। ଯାହାକି ଯୋଗୀ ସରକାରଙ୍କ ଲାଗି ଚିନ୍ତା ବଢାଇ ଦେଇଛି।