ସିରିଆ: ଦୁଇଟି ସହର ଉପରେ ରୁଷିଆ ବାୟୁ ସେନାର ଆକ୍ରମଣ,୩୯ ମୃତ

ବୈରୁତ୍: ଉତ୍ତର ସିରିଆର ଦୁଇଟି ସହର ଉପରେ ରୁଷିଆ ପକ୍ଷରୁ ବିମାନ ଆକ୍ରମଣ କରାଯାଇଛି। ଏଥିରେ ଅତି କମରେ ୩୯ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ରୁଷିଆ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଇଡଲିବ୍ ପ୍ରଦେଶର ଏକ ଗାଁର ମାର୍କେଟକୁ ତୈଳ ନେବାକୁ ଆସିଥିବା ବେଳେ ୧୬ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।ସେହିପରି ଉତ୍ତର ଅଲ୍ଲିପୋ ପ୍ରଦେଶରେ ଆଇଏସ ଆତଙ୍କୀ ଥିବା ନେଇ ରୁଷିଆ ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା। ଏଥିରେ ୨୩ଜଣ ନାଗରିକ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ ମହିଳା ରହିଛନ୍ତି।