ଭଗବାନ ରାମଙ୍କ ନାଁରୁ ଆରମ୍ଭ ହେବ ତାଜ୍‌ ମହୋତ୍ସବ

ଆଗ୍ରା: ୨୫ ବର୍ଷରୁ ଊର୍ଦ୍ଧ୍ୱ ହେବ ତାଜ୍‌ ମହୋତ୍ସବ ଆୟୋଜିତ ହେଉଛି। ଫେବ୍ରୁଆରୀ ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ହେଥିବା ଏହି ମହୋତ୍ସବରେ ମୋଗଲ ଶାସନର ଝଲକ ଦେଖିବାକୁ ମିଳିଥିଏ। ହେଲେ ଚଳିତବର୍ଷ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦବଦବା ଦେଖିବାକୁ ମିଳିବ। କାରଣ ଯୋଗୀ ସରକାରଙ୍କ ନିଷ୍ପତ୍ତି କ୍ରମେ ଏଥର ମହୋତ୍ସବରେ ମୋଗଲ ଶାସନର ଝଲକ ବଦଳରେ ରାମଲୀଳା ଦେଖିବାକୁ ମିଳିବ।

ପୂର୍ବ ବର୍ଷଗୁଡିକ ଠାରୁ ସମ୍ପୂର୍ଣ୍ଣ ଅଲଗା ରହିବ ଚଳିତବର୍ଷର ତାଜ ମହୋତ୍ସବ। ଏଥିପାଇଁ ଯୋଗୀ ସରକାର ପ୍ରସ୍ତୁତି ମଧ୍ୟ ସାରିଛନ୍ତି। ମହୋତ୍ସବର ଆରମ୍ଭ ଶ୍ରୀରାମ କଳାକେନ୍ଦ୍ର କଳାକାରଙ୍କ ନାଟକ ପରିବେଷଣରୁ ଆରମ୍ଭ ହେବ। ଏଥିରେ ରାମଲୀଳା ପରିବେଷଣ କରାଯିବ।