ଏମିତି ଦେଖାଯିବ ନୂଆ ଦଶ ଟଙ୍କିଆ ନୋଟ୍

ବଜାରରେ ଟଙ୍କାର ଅଭାବ ପୂରଣ ପାଇଁ ରିଜର୍ଭ ବ୍ୟାଙ୍କ ଗୋଟିଏ ପରେ ଗୋଟିଏ ନୂଆ ନୋଟ୍ ବଜାରକୁ ଛାଡ଼ୁଛି। ପ୍ରଥମେ ୨୦୦୦ ଟଙ୍କିଆ ନୋଟ୍ ଛାଡ଼ିବା ପରେ ୫୦୦, ୨୦୦ ଓ ୫୦ ଟଙ୍କିଆ ନୋଟ୍ ଜାରି କରିଥିଲା। ଏବେ ଆରିବିଆଇ ପୁଣି ନୂଆ ୧୦ ଟଙ୍କିଆ ନୋଟ୍ ଜାରି କରିବାକୁ ଯାଉଛି। ଏହି ନୂଆ ୧୦ ଟଙ୍କିଆ ନୋଟ୍‌ରେ କ’ଣ ସବୁ ଖାସ ରହିବ ଆସନ୍ତୁ ଜାଣିବା।

ନୂଆ ଦଶ ଟଙ୍କିଆ ନୋଟ୍‌ର ବାଦାମି ରଙ୍ଗର ହୋଇପାରେ। ନୋଟ୍‌ର ଆଗ ପଟରେ ମହତ୍ମା ଗନ୍ଧିଙ୍କ ଫଟୋ ଚିତ୍ର ରହିବ ଓ ପଛ ପଟରେ ସୂର୍ଯ୍ୟ ମନ୍ଦିର କୋଣାର୍କର ଚିତ୍ର ରହିବ। ଏହାର ଆକାର ୬.୩ ସେମିx ୧୨.୩ ସେମି ରହିବା ସହିତ ଗଭର୍ଣ୍ଣରଙ୍କ ହସ୍ତାକ୍ଷର ମଧ୍ୟ ରହିବ। କିନ୍ତୁ ପୂର୍ବରୁ ଜାରି କରାଯାଇଥିବା ଦଶ ଟଙ୍କିଆ ନୋଟ୍‌ର ପ୍ରଚଳନ ବଳବତ୍ତର ରହିବ ବୋଇ ରିଜର୍ଭ ବ୍ୟାଙ୍କ କହିଛି। ନୂଆ ନୋଟର ଡାହାଣ ପାଖରେ ତଳକୁ ଅକ୍ଷରରେ ୧୦ ଟଙ୍କା ଲେଖା ଯାଇଥିବ ଓ ବାମ ପଟେ ଦେବନାଗରୀ ଲିପିରେ ଦଶ ଟଙ୍କା ଲେଖା ଯାଇଥିବ। ସେହିପରି ନୋଟର ବାମ ପାଖରେ ଛପା ବର୍ଷ ସହିତ ସ୍ୱଚ୍ଛ ଭାରତ ସ୍ଲୋଗାନ ଲେଖା ଯାଇଥିବ।