ଭୟଙ୍କର ଷଡ଼ଯନ୍ତ୍ର: ଆକ୍ରମଣ ପାଇଁ ୪ ମାସର ଶିଶୁକୁ ମୋହରା, ପାଦରେ ବନ୍ଧା ଯାଇଥିଲା ବିସ୍ଫୋରକ

ନୂଆଦିଲ୍ଲୀ:ରଣନୀତି ବଦଳାଉଛନ୍ତି ଆତଙ୍କବାଦୀ। ଆକ୍ରମଣ ପାଇଁ ନିଷ୍ପାପ ଶିଶୁକୁ ମୋହରା। ଜଣେ ଶିଶୁର ପାଦରେ ବିସ୍ଫୋରକ ଦ୍ରବ୍ୟ ଖଞ୍ଜା ଯିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତେବେ ଆକ୍ରମଣର ଯୋଜନା ପଣ୍ଡ କରିଦେଇଛି ପୋଲିସ। ଘଟଣାକୁ ନେଇ ବିଭିନ୍ନ ମହଲରେ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଆତଙ୍କବାଦୀଙ୍କ ଏହି ନିଚ୍ଚ ମାନସିକତାକୁ ନେଇ ମାନବାଧିକାର କର୍ମୀମାନେ ତିବ୍ର ନିନ୍ଦା କରିଛନ୍ତି।
ତାଲିବାନ ଆତଙ୍କବାଦୀଙ୍କ ଏମିତି ଏକ ଭୟଙ୍କର ରଣନୀତି ବିଷୟରେ ଚାଞ୍ଚଲ୍ୟକର ଖୋଲାସା କରିଛି ଆଫଗାନିସ୍ତାନର କୁଣ୍ଡୁଜ୍‌ ପ୍ରୋଭିଡେନ୍ସର ସୁରକ୍ଷା କର୍ମୀ । ଏନେଇ କାବୁଲ ଟାଇମ୍‌ସରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଜଣେ ୪ ମାସ ଶିଶୁର ପାଦରେ ଏକ କନାରେ ବିସ୍ଫୋରକ ଦ୍ରବ୍ୟ ବନ୍ଧା ଯାଇଥିବା ପୋଲିସ ଜାଣିବାକୁ ପାଇଥିଲା।
ଏହା ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଉତ୍ତର କାବୁଲର ୩୩୦ କିମି ଠାରୁ କୁଣ୍ଡୁଜ୍‌ରେ ଏହି ଘଟଣା ଘଟିଛି। ତାଲିବାନ ଆତଙ୍କବାଦୀମାନେ ବିସ୍ଫୋରଣ ପାଇଁ ଶିଶୁଟି ପାଦରେ ବିସ୍ଫୋରକ ଖଞ୍ଜିଥିବା ପୋଲିସ କହିଛି। ଏହି ବିସ୍ଫୋରକ ଦ୍ରବ୍ୟକୁ ପୋଲିସ ନିଷ୍ପ୍ରିୟ କରିବା ଏହି ଘଟଣାରେ ପୋଲିସ ୫ ଜଣ ତାଲିବାନୀ ଆତଙ୍କବାଦୀଙ୍କୁ ଗିରଫ କରିଛି। ପ୍ରଥମଥର ପାଇଁ ଆତଙ୍କବାଦୀମାନେ ଶିଶୁକୁ ମୋହରା କରି ଏମିତି ଏକ ଯୋଜନା କରିଥିବା କୁହାଯାଉଛି।