ଆସ୍ଥା ଭୋଟରେ ଜିତିଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ

ଚେନ୍ନାଇ: ଆସ୍ଥା ଭୋଟରେ ଜିତିଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ। ସମସ୍ତ ବାଦ ବିବାଦ ଏବଂ ବିରୋଧ ସତ୍ତ୍ୱେ ବିଜୟୀ ହୋଇଛନ୍ତି ଏଆଇଏଡିଏମକେ ନେତା ପାଲାନିସ୍ୱାମୀ। ପାଲାନିସ୍ୱାମୀଙ୍କୁ ୧୨୨ଟି ଭୋଟ ମିଳିଥିବା ବେଳେ ବିରୋଧରେ ମାତ୍ର ୧୧ଟି ଭୋଟ ମିଳିଥିଲା।

ଆସ୍ଥାଭୋଟ ପୂର୍ବରୁ ଗୁପ୍ତ ମତଦାନ କରିବାକୁ ନେଇ ତାମିଲନାଡୁ ବିଧାନସଭା ଗୃହରେ  ଜୋରଦାର ହଙ୍ଗାମା ହୋଇଥିଲା। ବିରୋଧୀ ପନିରସେଲଭମ ଗୋଷ୍ଠୀ ଗୁପ୍ତ ଭୋଟ ପାଇଁ ଦାବି କରିଥିଲେ। ଡିଏମକେ ସଦସ୍ୟମାନେ ମଧ୍ୟ ଗୁପ୍ତ ଭୋଟ ପାଇଁ ଅଡ଼ି ବସିଥିଲେ। ବାଚସ୍ପତି କିନ୍ତୁ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।