ତାମିଲନାଡୁ ଉପକୂଳକୁ ଭାସି ଆସିଲେ ୧୨୦ ତିମି ଶାବକ, ୪୫ ମୃତ

ଟୁଟିକୋରୀନ୍: ତାମିଲନାଡୁର ଟୁଟିକୋରୀନ୍ ଜିଲ୍ଲାର ଉପକୂଳକୁ ମଙ୍ଗଳବାର ଗଭୀର ସମୁଦ୍ରରୁ ୧୨୦ରୁ ଅଧିକ ତିମି ଶାବକ ଭାସି ଆସିଥିବା ଦେଖିବାକୁ ମିଳିଥିଲା। ୪୫ରୁ ଅଧିକ ତିମି ଶାବକ ଅମ୍ଳଜାନ ନ ପାଇବା ଓ ଅତ୍ୟାଧିକ ଖରା ଯୋଗୁଁ ମୃତ୍ୟୁ ଘଟିଛି ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩୬ରୁ ଅଧିକ ତିମିକୁ ମତ୍ସ୍ୟଜୀବୀମାନେ ସମୁଦ୍ର ଗଭୀରକୁ ଛାଡିବାକୁ ସକ୍ଷମ ହୋଇଛନ୍ତି। ଚେନ୍ନାଇଠାରୁ ୬୦୦ କିମି ଦୂର ଗଭୀର ସମୁଦ୍ରରୁ ଗତକାଲି ବିଳମ୍ବିତ ରାତିରୁ ୮ରୁ ୧୦ ଫୁଟ ଲମ୍ବର ତିମି ଦଳ ଉପକୂଳକୁ ଭାସି ଆସିଥିଲେ। ଏହି ତିମି ଦଳକୁ ସମୁଦ୍ରକୁ ପଠାଇବାକୁ ତାମିଲନାଡୁ ମତ୍ସ ଓ ବନ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ଆଶାନୁରୂପ ସଫଳତା ମିଳି ପାରିନ ଥିଲା।

ମିଳିଥିବା ସୂଚନା ମୁତାବକ ସମୁଦ୍ରରେ ଉଚ୍ଚ ଢେଉ ଯୋଗୁଁ ଏହି ତିମି (ଯାହାର ଓଜନ ୧ରୁ ୧.୫ ଟନରୁ ଅଧିକ) ଉପକୂଳକୁ ଭାସି ଆସିଥିଲେ।