ଏଆଇଏଡିଏମ୍‌କେ  ବିଧାୟକ ଦଳର ନେତା ହେଲେ ଶଶିକଳା

ଚେନ୍ନାଇ: ଏଆଇଏଡିଏମ୍‌କେ  ବିଧାୟକ ଦଳର ନେତା ଭାବେ ଆଜି ଶଶିକଳା ନିର୍ବାଚିତ ହୋଇଛନ୍ତି। ଏଥିସହ ଶଶିକଳା ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଯାଇଛି।

ଆଜି ଅପରାହ୍ନରେ ଚେନ୍ନାଇରେ ବସିଥିବା ଏଆଇଏଡିଏମ୍‌କେ ବିଧାୟକ ଦଳ ବୈଠକରେ ୬୧ ବର୍ଷୀୟା ଶଶିକଳାଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ବୈଠକରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଓ. ପନୀରସେଲଭମ୍‌ ପଦରୁ ଇସ୍ତଫା ନେଇଛନ୍ତି। ଶିଶିକଳା ଖୁବ୍‌ ଶୀଘ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି।

ଜୟଲଳିତାଙ୍କ ମୃତ୍ୟୁ ପରେ ତାଙ୍କର ଘନିଷ୍ଠ ବାନ୍ଧବୀ ଶଶିକଳା ଏଆଇଏଡିଏମ୍‌କେର ମୁଖ୍ୟ ହୋଇଥିଲେ। ପରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା।