ଇ.ପାଲାନିସ୍ୱାମୀ ତାମିଲନାଡୁର ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶଶିକଳାଙ୍କ ଅନୁଗତ ଇ.ପାଲାନିସ୍ୱାମୀ। ଆଜି ରାଜଭବନରେ ରାଜ୍ୟପାଳ ସି. ବିଦ୍ୟାସାଗର ରାଓ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପାଲାନିସ୍ୱାମୀଙ୍କ ସହ ୩୧ଜଣ ଏଆଇଡିଏମକେ ବିଧାୟକ ଶପଥ ନେଇଛନ୍ତି। ତାଙ୍କୁ ୧୫ଦିନ ଭିତରେ ୧୧୭ ବିଧାୟକଙ୍କ ସମର୍ଥନ ହାସଲ କାରିବାକୁ ପଡ଼ିବ। ତାମିଲନାଡୁ ବିଧାନସଭାରେ ୨୩୪ ବିଧାୟକ ଅଛନ୍ତି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କୋର୍ଟରେ ଆତ୍ମସମର୍ପଣ କରିବା ପୂର୍ବରୁ ଶଶିକଳା ପାଲାନିସ୍ୱାମୀଙ୍କୁ ଏଆଇଡିଏମକେ ବିଧାୟକ ଦଳର ନେତା ଭାବେ ମନୋନୀତ କରିଥିଲେ।