ତାମିଲନାଡୁରେ ରାଜନୈତିକ ସଙ୍କଟ: ରାଜ୍ୟପାଳଙ୍କୁ ଭେଟିଲେ ପନିରସେଲଭମ୍‌ ଓ ଶଶିକଳା

ଚେନ୍ନାଇ: ତାମିଲନାଡୁରେ ରାଜନୈତିକ ସଙ୍କଟ ଘନଉଛି। କିଏ ଗଢ଼ିବେ ସରକାର ତାକୁ ନେଇ ଏବେ ଛକାପଞ୍ଝା ଲାଗି ରହିଛି। ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ସବୁକିଛି। ନିଜର ସମର୍ଥକଙ୍କ ଗହଣରେ ଯାଇ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ଓ. ପନିରସେଲଭମ୍। ବିଧାୟକଙ୍କ ସମର୍ଥନ ଥିବାରୁ ସେ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ୧୫ ମିନିଟ୍‌ ଧରି ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ ପନିରସେଲଭମ୍‌। କିଛି ସମୟ ପରେ ଏଆଇଏଡିଏମ୍‌କେ ମୁଖ୍ୟ ଶଶିକଳା ରାଜ୍ୟପାଳଙ୍କୁ ଭିଟିଥିଲେ।

ଅନ୍ୟପକ୍ଷରେ ଏଆଇଏଡିଏମ୍‌କେ ଅଧ୍ୟକ୍ଷ ମଣ୍ଡଳ ପ୍ରମୁଖ ଇ. ମଧୁସୂଦନ ପନିରସେଲଭମ୍‌ଙ୍କ କ୍ୟାମ୍ପରେ ସାମିଲ ହେବା ପରେ ଶଶିକଳାଙ୍କୁ ବଡ଼ ଝଟକା ଲାଗିଛି।