ବଜାରକୁ ଆସିଲା ନାନୋ ଇଲେକ୍‌ଟ୍ରିକ୍‌ କାର୍‌: ପ୍ରଥମ ଗ୍ରାହକ ବନିଲା OLA

ଭୁବନେଶ୍ୱର: ଅଗ୍ରଣୀ ଅନଲାଇନ୍‌ କ୍ୟାବ୍‌ କମ୍ପାନୀ OLA ନିଜ କ୍ୟାବ୍ ସେବାରେ ସାମିଲ କରିବାକୁ ଯାଉଛି ଟାଟା ନାନୋ ବେସ୍‌, ଜାୟେମ ନିଓ ଇଲେକ୍ଟ୍ରିକ୍‌ କାର୍। ଖୁବଶୀଘ୍ର ଏହାକୁ OLA କମ୍ପାନୀ ନିଜ କ୍ୟାବ ସେବାରେ ସାମିଲ କରିବ ବୋଲି ସୂଚନା ମିଳିଛି।

ପ୍ରଥମ ପର୍ଯ୍ୟାୟରେ ୪୦୦ଟି କାର୍‌କୁ OLA ନିଜ କ୍ୟାବ ସେବାରେ ସାମିଲ କରିବ। ଜାୟମ ଅଟୋମୋଟିଭ୍‌ ସହାୟତାରେ ‘ଜାୟମ ନିଓ ଇଲେକ୍ଟ୍ରିକ୍‌ କାର୍‌’ ତିଆରି ହୋଇଛି। ସୋସିଆଲ ମିଡ଼ିଆରେ ଏବେ ଏହାର ଏକ ଫଟୋ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁସାରେ ପ୍ରଥମ ସହର ଭାବେ ହାଇଦ୍ରାବାଦରେ ଏହି ନୂଆ କାର୍‌କୁ OLA କ୍ୟାବ୍‌ରେ ସାମିଲ କରିବ।

Image result for tata nano ola cabs

ଜାୟମ ନିଓ ଓ ଟାଟା ମୋଟର୍ସ ମିଳିତ ଭାବେ ଏହି ନୂଆ କାର୍‌କୁ ନିର୍ମାଣ କରିଛନ୍ତି। ଦୁଇ କମ୍ପାନୀ ମଧ୍ୟରେ ମିଳିତ ଭାବେ ଏକ ଯୌଥ ଉଦ୍ୟୋଗ ସ୍ଥାପନ କରାଯାଇଛି। ଏହି କାର୍‌ରେ ଇଂଜିନ୍‌ ଓ ଗିୟର୍ ବକ୍ସ ସାମିଲ ହେବ ନାହିଁ। ବଡ଼ିରେ ଜାୟେମ ଅଟୋମେଟିଭ୍‌, ୪୮ ଭୋଲ୍ଟ୍‌ର ଏକ ଇଲେକ୍ଟ୍ରିକ୍‌ ସିଷ୍ଟମ ଲଗା ଯାଇଛି। ଯାହା ୨୩ ବିଏଚ୍‌ପି ପାୱାର୍‌ ବିଶିଷ୍ଟ। ଏହି କାର୍‌ ଚାର୍ଜରେ ହିଁ ଚାଲିବ। ଗୋଟିଏ ଥର ଫୁଲ୍‌ ଚାର୍ଜରେ ଏହା ୧୫୦ କିମିରୁ ଅଧିକ ରାସ୍ତା ଅତିକ୍ରମ କରିପାରିବ।

ସୂଚନାଯୋଗ୍ୟ ଯେ, ୨୦୦୮ ମସିହାରେ ଭାରତୀୟ ଛୋଟ କାର୍ ବଜାରରେ ନାନୋ ଏକ ବିପ୍ଳବ ସୃଷ୍ଟି କରିଥିଲା। ଏହା ନିର୍ମାତା ଟାଟା ମୋଟର୍ସ ଏହି କୁନି କାର୍‌କୁ ମାତ୍ର ୧ ଲକ୍ଷ ଟଙ୍କାରେ ବଜାରକୁ ଛାଡ଼ିବା ପରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଭାରତୀୟମାନେ କାର୍ ବ୍ୟବହାର କରିବାର ସ୍ୱପ୍ନ ପୂରଣ କରିବାରେ ସଫଳ ହୋଇଥିଲେ। ଆରମ୍ଭରୁ ଟାଟା ମୋଟର୍ସର ଟାର୍ଗେଟ୍ ଥିଲା ବର୍ଷକୁ ଏହା ଅଢ଼େଇ ଲକ୍ଷ ନାନୋ କାର୍ ଭାରତୀୟ ବଜାରରେ ବିକ୍ରି କରିବ। କିନ୍ତୁ ପରବର୍ତ୍ତୀ ସମୟରେ ତାହା ସଫଳତା ପାଇ ନଥିଲା। ତେଣୁ ସମୟ କ୍ରମେ ଟାଟାର ଏହା ଏକ ଲସ୍ ପ୍ରଜେକ୍ଟ ଭାବରେ ଗଣତି ହେଲା। ଶେଷରେ ଟାଟା ମୋଟର୍ସ ୨୦୧୮ ମସିହାରେ ନାନୋ କାର୍ ନିର୍ମାଣ ବନ୍ଦ କରିଦେଇଥିଲା।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More